ଅପରାଧ

ସହି ହେଲାନି ଶ୍ୱଶୁର ଘର ନିର୍ଯାତନା, ବିଷ ଖାଇ ଜୀବନ ହାରିଦେଲେ ଜ୍ୱାଇଁ

ସହି ହେଲାନି ଶ୍ୱଶୁର ଘର ନିର୍ଯାତନା, ବିଷ ଖାଇ ଜୀବନ ହାରିଦେଲେ ଜ୍ୱାଇଁ । ବରନାଲା ଜିଲାର ଗାଁ ଫତେହଗଡ ଛତ୍ରାର ବାସିନ୍ଦା ୩୦ ବର୍ଷୀୟ ଗୁରଦାସ ସିଂହ ନିଜ ଶ୍ୱଶୁର ଘର ଲୋକଙ୍କ ଠାରୁ ଅତିଷ୍ଟ ହୋଇ ବିଷାକ୍ତ ପାନୀୟ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।

ମୃତକ ଗୁରଦାସ ସିଂହ ନିଜ ମାଆ-ବାପାଙ୍କ ଏକମାତ୍ର ପୁଅ ଥିଲେ । ବିବାହ ପରେ ଗୁରଦାସଙ୍କ ଗୋଟିଏ ୯ ବର୍ଷର ପୁଅ ମଧ୍ୟ ଅଛି। ପୁଲିସ ଖବର ପାଇ ମୃତଦେହ ଜବତ କରିବା ପରେ ମୃତକଙ୍କ ପତ୍ନୀ ଓ ଶାଶୁ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି ।

ଗୁରଦାସ  ଚାଷ କରି ନିଜ ପରିବାରର ଭରଣ ପୋଷଣ କରୁଥିଲେ । ୨୦୧୫ରେ ତାଙ୍କ ବିବାହ ନବଦୀପଙ୍କ ସହ ହୋଇଥିଲା । ମାତ୍ର ବିବାହର ପରେ ଗୁରଦାସଙ୍କ ପତ୍ନୀ ତାଙ୍କ ସହ କଳହ କରି ନିଜ ବାପ ଘରକୁ ପଳାଇଥିଲେ । କଳହ ବଢିବା ପରେ ୨୦୨୦ରେ ଉଭୟ ଅଲଗା ହୋଇ ଯାଇଥିଲେ ।

ଗୁରଦାସଙ୍କ ବାପା ମାଆ କହିଛନ୍ତି, ନବଦୀପ ନିଜ ସ୍ୱାମୀ ଓ ବାପା-ମାଆଙ୍କ ବିରୁଦ୍ଧରେ ମିଥ୍ୟା ଯୌତୁକ ମାମଲା ରୁଜୁ କରିଥିଲା । ଏହାସହ ୨୦ ଲକ୍ଷ ଦାବି କରିଥିଲା । ଏହାପରେ ଗୁରଦାସ ଆତ୍ମହତ୍ୟା କରିଥିଲେ । ଏହି ଘଟଣା ପରେ ପରିବାର ଲୋକେ ନ୍ୟାୟ ଦାବି କରିଛନ୍ତି ।

Related posts

ଏସ୍ପି ଅଫିସ ସମ୍ମୁଖରେ ନିଆଁ ଲଗାଇଥିବା ଉନ୍ନାଓ ପୀଡିତାଙ୍କ ମୃତ୍ୟୁ

mahabharatanews

ବରିଷ୍ଠ ଆଇପିଏସ ସାଇବର ଅପରାଧିଙ୍କ ଟାର୍ଗେଟରେ 

mahabharatanews

ଭାଇରାଲ ହେଉଛି ଛାତ୍ରୀଙ୍କ ଭିଡିଓ

mahabharatanews

Leave a Comment