ଓଡିଶା

ରାଜ୍ୟରେ ଅନେକ ସ୍କୁଲରେ ନାହିଁ ଶୌଚାଳୟ ଓ ବିଦ୍ୟୁତ ସଂଯୋଗ

ଆଜିବି ରାଜ୍ୟର ଅନେକ ସ୍କୁଲରେ ନାହିଁ ଶୌଚାଳୟ ଏବଂ ବିଦ୍ୟୁତ ସଂଯୋଗ । ରାଜ୍ୟରେ ୧୨୮୯ ପ୍ରାଥମିକ ସ୍କୁଲରେ ନାହିଁ ବିଦ୍ୟୁତ ସଂଯୋଗ । ୮୬ ପ୍ରାଥମିକ ସ୍କୁଲରେ ନାହିଁ ଶୌଚାଳୟ । ୨୯୦ ଉଚ୍ଚ ପ୍ରାଥମିକ ସ୍କୁଲରେ ନାହିଁ ବିଦ୍ୟୁତ ସଂଯୋଗ । ୨୨ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନାହିଁ ଶୌଚାଳୟ । ଏହାସହ ୧୦ ମାଧ୍ୟମିକ ବିଦ୍ୟାଳୟରେ ବିଦ୍ୟୁତ ସଂଯୋଗ ନଥିବା ବେଳେ ୨ଟି ମାଧ୍ୟମିକ ସ୍କୁଲରେ ଶୌଚାଳୟ ଏବଂ ୪ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନାହିଁ ଶୌଚାଳୟ । ଏନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତେବେ ରାଜ୍ୟରେ ସମୁଦାୟ ୪୮୫୨୨ ଟି ସରକାରୀ ସ୍କୁଲ ରହିଥିବା ବେଳେ ସେଥିରୁ ୧୧୪ ସ୍କୁଲରେ ନାହିଁ ଶୌଚାଳୟ ଏବଂ ୧୫୮୯ ସ୍କୁଲରେ ନାହିଁ ବିଦ୍ୟୁତ ସଂଯୋଗ ।

Related posts

ଆଜିଠାରୁ ପୁରୀରେ କିଛି ହୋଟେଲ୍‌ ଖୋଲିବାକୁ ଅନୁମତି

mahabharatanews

ଗଜଲକ୍ଷ୍ମୀ ଭସାଣୀ ବେଳେ ମାଡିଗଲା ଟ୍ରାକ୍ଟର, ଚାଲିଗଲା ଜୀବନ

mahabharatanews

ବିଶ୍ୱସ୍ତରୀୟ ବଲାଙ୍ଗୀବନ୍ଧ ପାର୍କ କାମ ଶେଷ କରିବାକୁ ମନ୍ତ୍ରୀଙ୍କ ତତ୍ପରତା

mahabharatanews