(ଉତ୍ତରପ୍ରଦେଶ) : ପ୍ଲାଟଫର୍ମ ଉପରେ ଚଢିଆସିଥିଲା ଟ୍ରେନ୍ । ଜୀବନ ବଞ୍ଚାଇବା ପାଇଁ ଧାଇଁଲେ ଲୋକେ । ଏହି ଦୁର୍ଘଟଣାରେ ଜଣେ ଯାତ୍ରୀ ଆହତ ହୋଇଥିବା ନେଇ ସୂଚନା ରହିଛି । ବ୍ରେକ୍ ବଦଳରେ ଏକ୍ସିଲେଟର ଦାବି ଦେଲେ ଟ୍ରେନ୍ ଡ୍ରାଇଭର୍ । ସ୍ପିଡ୍ ଅଧିକ ହେତୁ ଗତକାଲି ରାତି ଅର୍ଥାତ୍ ମଙ୍ଗଳବାର ଦିନ ଉତ୍ତର ପ୍ରଦେଶର ମଥୁରା ଜଙ୍ଗସନରେ ଏପରି ଟ୍ରେନ୍ ଦୁର୍ଘଟଣା ଦେଖିବା ପାଇଁ ମିଳିଛି ।
ସୂଚନା ଅନୁସାରେ, ୨ ନମ୍ବର ପ୍ଲାଟଫର୍ମରେ ଶକୁରବସ୍ତି-ମଥୁରା ଏମଏମୟୁ ଟ୍ରେନ୍ ସ୍ପିଡରେ ଆସି ହଠାତ୍ ପ୍ଲାଟଫର୍ମ ଉପରେ ଚଢି ଯାଇଥିଲା । ଅନ୍ୟପଟେ ଏହି ଦୁର୍ଘଟଣାର ଯାଞ୍ଚ ଆରମ୍ଭ କରାଯିବା ସହ ପ୍ଲାଟଫର୍ମରୁ ଟ୍ରେନକୁ ହଟାଇ ଦିଆଯାଇଛି । ଟ୍ରେନର ବ୍ରେକ୍ ବଦଳରେ ଏକ୍ସିଲେଟର ଦାବି ଦେଇଥିଲେ ଯେଉଁଥି ପାଇଁ ଟ୍ରେନଟି ପ୍ଲାଟଫର୍ମ ଉପରକୁ ଚଢିଆସିଥିଲା । ଏହି ଦୁର୍ଘଟଣାରେ ଟ୍ରେନ୍ ପ୍ଲାଟଫର୍ମ ଭାଙ୍ଗିଯାଇଥିବା ନେଇ ସୂଚନା ରହିଛି ।