ଓଡିଶା

ମାଟ୍ରିକ ପରୀକ୍ଷା ସିଡ୍ୟୁଲ୍ ରେ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ୱର : ରାଜ୍ୟରେ ଏବେ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଛି । ହିଟ୍ ୱେଭ୍ କାରଣରୁ ମାଟ୍ରିକ ପରୀକ୍ଷା ସିଡ୍ୟୁଲ୍ ରେ କିଛି ପରିବର୍ତ୍ତନ କରାଯାଇଛି । ଦ୍ୱିତୀୟ ସିଟିଂରେ ହେବାକୁ ଥିବା କିଛି ପରୀକ୍ଷା ପ୍ରଥମ ସିଟିଂରେ ହେବ । ଏନେଇ ବୋର୍ଡ କର୍ତ୍ତୃପକ୍ଷ ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ତେବେ ମଧ୍ୟମା ପରୀକ୍ଷାର କିଛି ବିଷୟ ଦ୍ୱିତୀୟ ସିଟିଂରେ ହେବାକୁ ଥିଲା, ହେଲେ ରାଜ୍ୟରେ ହେଉଥିବା ପ୍ରବଳ ଖରାକୁ ଦେଖି ଏବେ ଏହି ସିଡ୍ୟୁଲରେ ପରିବର୍ତ୍ତନ କରାଯାଇଛି । ଦ୍ୱିତୀୟ ସିଟିଂରେ ହେବାକୁ ଥିବା କିଛି ପରୀକ୍ଷାକୁ ପ୍ରଥମ ସିଟିଂରେ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ପରୀକ୍ଷା କେନ୍ଦ୍ରରେ ପାନୀୟ ଜଳ ଏବଂ ଓଆରଏସ ରଖିବାକୁ କୁହାଯାଇଛି । ତା ସହିତ ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍ ଫୋନ୍ ନେବାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ତେବେ ହାଇସ୍କୁଲ ପରୀକ୍ଷାରେ କୌଣସି ପରିବର୍ତ୍ତନ ହୋଇନି ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି ।

Related posts

ବାପାଙ୍କୁ ହତ୍ୟା କଲେ ଦୁଇ ପୁଅ

mahabharatanews

ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ ବାତିଲ୍‌

mahabharatanews

ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଡା.ଆମ୍ବେଦକର ଜୟନ୍ତି ପାଳନ କରାଯାଉଛି

mahabharatanews