Uncategorized

ବିଧାନସଭାରେ ବିଜେପି-ଶିବସେନା ବିଧ୍ୟାୟକ ଧସ୍ତାଧସ୍ତି

(ମୁମ୍ବାଇ): ମହାରାଷ୍ଟ୍ର ବିଧାନସଭା ଅଧିବେଶନ ଚାଲିଥିବା ବେଳେ ଦୁଇ ପୂର୍ବତନ ସହଯୋଗୀ ବିଜେପି ଓ ଶିବସେନାର ବିଧାୟକଙ୍କ ମଧ୍ୟରେ ଧସ୍ତାଧସ୍ତି ସ୍ଥିତି ଦେଖିବାକୁ ମିଳିଛି । ଶିବସେନାର ମୁଖପତ୍ର ‘ସାମନା’ ରେ କିଛି ଦିନ ତଳେ ଏକ ଆଲେଖ୍ୟ ପ୍ରକାଶ ପାଇଥିଲା । ଏଥିରେ ଦଳ ଚାଷୀଙ୍କୁ କ୍ଷମତାରେ ଥିବା ବିଜେପି ସରକାର ୨୫ ହଜାର ଟଙ୍କା ଲେଖାଏ ସହାୟତା କରନ୍ତୁ ବୋଲି ଦାବି କରିଥିଲା । ମଙ୍ଗଳବାର ସେହି ପ୍ରସଙ୍ଗକୁ ଆଧାର କରି ବିଜେପି ବିଧାୟକମାନେ ବିଧାନସଭାରେ ଶିବସେନା ଉକ୍ତ ଦାବିକୁ କାର୍ଯ୍ୟକାରୀ କରୁ ବୋଲି ଦାବି କରି ହୋହାଲ୍ଲା କରିଥିଲେ । ଏପରିକି ଗୃହର ମଧ୍ୟଭାଗକୁ ଆସି ନିଜ ସହ ଆଣିଥିବା ବ୍ୟାନର ପ୍ରଦର୍ଶନ କରିଥିଲେ । ବାଚସ୍ପତି ନାନା ପଟୋଲେ ବିଜେପି ବିଧାୟକମାନଙ୍କୁ ନିଜ ଆସନକୁ ଫେରି ଯିବାକୁ କହିଥିଲେ । କିନ୍ତୁ ସେମାନେ ଶିବସେନା ସରକାର ଚାଷୀଙ୍କୁ ଦାବି ମୁତାବକ ୨୫ ହଜାର ଟଙ୍କା ଲେଖାଏ ଦେଉ ବୋଲି ଦାବି କରିଥିଲେ । ଶିବସେନାର କିଛି ସାଂସଦ ଗୃହର ମଧ୍ୟ ଭାଗକୁ ଆସି ବିଜେପି ବିଧାୟକମାନେ ଧରିଥିବା ବ୍ୟାନର ଛଡାଇବାକୁ ଚେଷ୍ଟା କରିଥିଲେ । ଏହାକୁ ନେଇ ସେଠାରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିଥିଲେ ।

Related posts

ଇସ୍ତଫା ଦାବି ମଧ୍ୟରେ ରାଷ୍ଟ୍ରପତିଙ୍କୁ ଭେଟିଲେ ନେପାଳ ପ୍ରଧାନମନ୍ତ୍ରୀ

mahabharatanews

ଶରୀରକୁ ଫିଟ୍ ରଖିବାକୁ ପିଅନ୍ତୁ ଏହି ଚାହା

mahabharatanews

ମଣ୍ଡିର ଏନଏଚ-୩ରେ ଭୂସ୍ଖଳନ: ଯାତାୟାତ ଠପ

mahabharatanews