ଓଡିଶା

ଦମ୍ପତିଙ୍କୁ ପିଟିଦେଲା ଗାଡି

(ମହାଭାରତ, ଧର୍ମଗଡ): କଳାହାଣ୍ଡି ଜିଲ୍ଲା ଧର୍ମଗଡ ନିକଟ ମହିଚଲା ଛକରେ ଗୁରୁବାର ସକାଳେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମର୍ଣ୍ଣିଂ ୱାକ୍ରେ ଏକ ଦମ୍ପତି ବାହାରିଥିବା ବେଳେ ଏକ ଅଜଣା ଗାଡି ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି । ଫଳରେ ଭବାନୀପାଟଣା-ଜୟପୁର ରାସ୍ତାରେ ଗାଡି ଚଳାଚଳ ଠପ୍ ହୋଇଯାଇଛି । ଉଭୟ ପଟେ ଶତାଧିକ ଗାଡି ଅଟକି ରହିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବା ପାଇଁ ଉଦ୍ୟମ କରିଛି ।

Related posts

ପଛକୁ ପଛ ଆସୁଛି ଲଘୁଚାପ ; ୧୩ ତାରିଖରେ ଲଘୁଚାପ ସୃଷ୍ଟି

mahabharatanews

ଗୋଚର ଜମିରୁ ଲକ୍ଷାଧିକ ଟଙ୍କାର କାଠ ଚୋରା ଚାଲାଣ

mahabharatanews

ବରଗଡ଼ ସାମ୍ବାଦିକଙ୍କୁ ପୁଲିସର ଆକ୍ରମଣ ଘଟଣା: କଣ୍ଟାବାଞ୍ଜି ପ୍ରେସକ୍ଲବର ନିନ୍ଦା ଦାବିପତ୍ର ପ୍ରଦାନ

mahabharatanews