ଓଡିଶା

ଅବ୍ୟବସ୍ଥା ଘେରରେ, ଆଇସୋଲେସନ ସେଣ୍ଟର

(ଜଳେଶ୍ୱର): ସମଗ୍ର ବିଶ୍ଵରେ କୋରୋନା ଆତଂକ ଜାରି ରହିଛି। ଏଥରୁ ଆମ ଦେଶ କି ଆମ ରାଜ୍ୟ ବାଦ ପଡ଼ିନାହିଁ। ମହାମାରୀ କରୋନା ଦାଉରୁ ବଞ୍ଚିବା ପାଇଁ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ ଘୋଷଣା କରିବା ସହିତ ପ୍ରତେକ ପଂଚାୟତ ସ୍ତରରେ ଆଇସୋଲେସନ ସେଣ୍ଟର ଓ ଅସ୍ଥାୟୀ ଚିକତ୍ସା ଶିବିର ଖୋଲିଛନ୍ତି। ତେବେ ଏହି ସମୟରେ କେହି ଯେମିତି ଭୋକ ଉପାସରେ ନରହନ୍ତି ସେଥିପ୍ରତି କଡା ନିର୍ଦେଶ ସହିତ, ସହର ଠାରୁ ଗ୍ରାମ ପର୍ୟ୍ୟନ୍ତ ସବୁଆଡେ ରନ୍ଧା ଖାଦ୍ୟ ଯୋଗାଇବା ପାଇଁ ସରକାର ବ୍ୟବସ୍ଥା କରିଛନ୍ତି । ଏସବୁ ଘୋଷଣା ସତ୍ତ୍ୱେ ବାଲିଆପାଳ ମଧୁପୁରା ପଂଚାୟତର ଆୟୁସୋଲେସନ ସେଣ୍ଟରରେ ଏହାର ଘୋର ବ୍ୟତିକ୍ରମ ଦେଝିବାକୁ ମିଳିଛି । ଗତ ୩୧ ତାରିଖରୁ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ଖଡଗପୁର ଅଞ୍ଚଳରରୁ ଜଣେ ଶ୍ରମିକ ପାଦରେ ଚାଲି ଚାଲି ଆସି ନିଜ ଗ୍ରାମ ସିମୁଳିଆରେ ପହଞ୍ଚିଥିଲେ । ମାତ୍ର ବିଦେଶ ଫେରନ୍ତା ହୋଇଥିବାରୁ ଗ୍ରାମ ବାସୀମାନେ ତାଙ୍କୁ ଗାଁଆ ରହିବାକୁ ଦେଇନଥିଲେ। ତେଣୁ ସେ ବାଲିଆପାଳ ବ୍ଲକର ମଧୁପୁର। ପଞ୍ଚାୟତର ଆଇସୁଲେଶନ ସେଣ୍ଟର ୩୧ ତାରିଖରୁ ରହିଥିଲେ। ତେବେ ତାଙ୍କ ରହଣୀକୁ ଦୁଇ ଦିନ ବିତି ଯାଇଥିଲେ ବି ଭୋକ ଉପାସରେ ରହିଛନ୍ତି। ବର୍ତ୍ତମାନ ସୁଧା ଚିକିତ୍ସା ସେବା ପାଇବାତ ଦୂରର କଥା ପ୍ରଶାସନ ପହଁଚି ପାରିନାହିଁ କି ମୁଠାଏ ଖାଇବାକୁ ଦେଇ ପାରି ନାହିଁ । ତେବବ ଖବର ପାଇ ଦେବଦୂତ ସାଜୀ ସାହାଯ୍ୟର ହାତ ବଢ଼ାଇବା ସହିତ ଖାଇ ବାକୁ ଦେଇଛନ୍ତି , ସ୍ଥାନୀୟ ବାସିନ୍ଦା କାଳିକିଙ୍କର ପଣ୍ଡା। ଏଠାରେ ସୂଚନା ଥାଉକି କେବଳ ମଧୁପୁରା ଆଇସୋଲେସନ ସେଣ୍ଟର ନୁହଁ ବାଲିଆପାଳ ବ୍ଲକର ଅନ୍ୟ ପଞ୍ଚାୟତମାନଙ୍କରେ ହୋଇଥିବା ଆଇସୋଲେସନ ସେଣ୍ଟର୍ ମାନଙ୍କରେ ମଧ୍ୟ ମଧୁପୁରା ପଞ୍ଚାୟତ ଠାରୁ ଘୋର ଅବ୍ୟବସ୍ଥା ଥିବାର ସୂଚନା ମିଳିଛି।

Related posts

ଟୋକିଓରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନିପ୍ପନ ଷ୍ଟିଲ୍ ମୁଖ୍ୟ

mahabharatanews

ପିକନିକ୍ ବସ ଚକା ଫାଟି ଦୁର୍ଘଟଣାଗ୍ରସ୍ତ

mahabharatanews

 ହାଇକୋର୍ଟଙ୍କ ଅନୁମତି ବିନା ନୂଆ ଜିଲ୍ଲା ମନା  

mahabharatanews