ଓଡିଶା

ବସ୍ତା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ସାମ୍ବାଦିକ ଦିବସ ଧୁମଧାମରେ ପାଳିତ

ବସ୍ତା ସାମ୍ବାଦିକ ସଂଘ ପକ୍ଷରୁ ଜାତୀୟ ପ୍ରେସ୍ ଦିବସକୁ ଧୁମ୍ ଧାମରେ ପାଳନ କରାଯାଇଛି । ସଂଘର ସଭାପତି ଦିନବନ୍ଧୁ ପ୍ରଧାନଙ୍କ ସଭାପତିତ୍ବରେ, ସଂଘର ସମ୍ପାଦକ ରବିନାରାୟଣ ଶତପଥୀ ମଞ୍ଚ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବସ୍ତା ବିଧାୟିକା ସୁବାସିନୀ ଜେନା, ମୁଖ୍ୟବକ୍ତା ଭାବେ ‘ସମ୍ବାଦ’ ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ ଚିତ୍ତରଞ୍ଜନ ଚିରଞ୍ଜିତ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା, ପରିବେଶ ବିତ୍ ସୁମନ୍ତ କୁମାର ଜେନା, ବରିଷ୍ଠ ସାମ୍ବାଦିକ ରାମଚନ୍ଦ୍ର ଦେବ ଯୋଗ ଦେଇ ଥିଲେ ।


ସାମ୍ବାଦିକତାକୁ ବୃତ୍ତି କରି ପରିବାର ପ୍ରତିପୋଷଣ କରିବା ସମ୍ଭବ ନୁହଁ । ସରକାର ସାମ୍ବାଦିକଙ୍କ ଅଧିକାର, ସୁରକ୍ଷା ଓ ସ୍ବାର୍ଥକୁ ଭୁଲି ଯାଉଛନ୍ତି । ଜଙ୍ଗଲରେ ପକ୍ଷୀ, ବାଘ ଗଣନା କରି କରିପାରୁଛନ୍ତି କିନ୍ତୁ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ କେତେ ଜଣ ଅଛନ୍ତି ସରକାର କିମ୍ବା ବିଭାଗ ତାହା ହିସାବ ରଖି ପାରୁନାହାନ୍ତି । ଯେଉଁଥି ପାଇଁ ସାମ୍ବାଦିକମାନେ ସରକାରୀ ସୁବିଧାରୁ ବଞ୍ଚିତ ହେଉଛନ୍ତି । ଖବର ସଂଗ୍ରହ ବେଳେ ସାମ୍ବାଦିକମାନେ ଅନେକ ସମୟରେ ଅସାମାଜିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେଉଛନ୍ତି । ଉଦ୍ଦେଶ୍ୟ ମୂଳକ ଭାବେ ସାମ୍ବାଦିକଙ୍କ ବିରୁଦ୍ଧରେ ଅର୍ଥ ବଳ ଓ ବାହୁ ବଳ ବ୍ୟବହାର କରି ମିଛ ମାମଲା ରୁଜୁ କରାଯାଉଛି । ତେଣୁ ସାମ୍ବାଦିକ ଙ୍କ ସୁରକ୍ଷା, ସମ୍ମାନ, ସାମାଜିକ ଅଧିକାର କୁ ସରକାର ଗୁରୁତ୍ବ ଦେଇ ସ୍ଵତନ୍ତ୍ର ଆଇନ୍ ଆଣିବା ଉଚିତ୍ ବୋଲି ଅତିଥି ମାନେ ମତ ପ୍ରକାଶ କରିଥିଲେ ।


ଏହି ଅବସରରେ ବହୁ ସାମ୍ବାଦିକ ସଦସ୍ୟତା ଗ୍ରହଣ କରିଥିବା ବେଳେ, ବିଭିନ୍ନ କ୍ଷେତ୍ରରେ ସଫଳତା ପୂର୍ବକ କୃତିତ୍ଵ ହାସଲ କରିଥିବା ପ୍ରତିଭା ଙ୍କୁ ସମ୍ବଦ୍ଧିତ କରାଯାଇଥିଲା । ପୂର୍ବାହ୍ନରେ ବସ୍ତାର ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା, ଏନ୍‌ସିସି ଓ କଲେଜ ଛାତ୍ରଛାତ୍ରୀ, ସମାଜ ସେବୀ ଓ ବୁଦ୍ଧିଜୀବୀ ଙ୍କୁ ନେଇ ଏକତା ଗଣଦୌଡ଼ ଅନୁଷ୍ଠିତ ହୋଇଇଥିଲା ।

Related posts

ରାଜ୍ୟରେ କରୋନା ସଂକ୍ରମଣ ବଢିଛି : ୨୨୨ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews

୩ଦଫା ଦାବିରେ ରାଜପଥ ଅବରୋଧ

mahabharatanews

ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ସିବିଆଇ ତଦନ୍ତ ଦାବି 

mahabharatanews