ଓଡିଶା

‘ହାପି ବର୍ଥ ଡେ’ ନବୀନ ବାବୁ   

(ଭୁବନେଶ୍ୱର) : ଆଜି ସମସ୍ତଙ୍କ ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୭ତମ ଜନ୍ମଦିବସ । ଏଥର କିନ୍ତୁ ନବୀନ ଜନ୍ମଦିନ ପାଳିବେନି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଜଣାଇଛି। କାରଣରେ କୁହାଯାଇଛି ଯେ ଗତ ମାସ ମୁଖ୍ୟମନ୍ତ୍ରୀଙ୍କ ବଡ଼ଭଉଣୀ ଗୀତା ମେହେଟାଙ୍କ ବିୟୋଗ ଘଟିଛି। ଏଣୁ ଶୁଭେଚ୍ଛୁମାନେ ନବୀନ ନିବାସ ନଆସିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

ସୂଚନାନୁଯାୟୀ , ଅନ୍ୟପକ୍ଷରେ ନବୀନଙ୍କ ଜନ୍ମଦିନ ଉପଲକ୍ଷେ ବିଜେଡିର ବିଧାୟକମାନେ ସେମାନଙ୍କ ନିର୍ବାଚନ ମଣ୍ଡଳୀସ୍ତରରେ ଜୀବନବିନ୍ଦୁ ରକ୍ତଦାନ ଶିବିର ଆୟୋଜନ କରିବାକୁ ଯୋଜନା କରିଛନ୍ତି। ସାରା ରାଜ୍ୟରେ ରକ୍ତଦାନ ଶିବିର ଆୟୋଜନ କରିବାକୁ ଦଳୀୟ ନେତାମାନଙ୍କୁ କୁହାଯାଇଥିବା ଜଣାପଡ଼ିଛି। ୧୯୯୭ରେ ବିଜୁ ପଟ୍ଟନାୟକଙ୍କ ପୁଅ ଭାବେ ରାଜନୀତିରେ ପା‌ଦ ଦେବା ଦିନଠାରୁ ସବୁ କ୍ଷେତ୍ରରେ ସଫଳତା ସାଉଁଟି ଚାଲିଛନ୍ତି ନବୀନ। ତେବେ ତାଙ୍କୁ ମହାଭାରତ ପରିବାର ତରଫରୁ ଜନ୍ମଦିନର ହାର୍ଦ୍ଧିକ ଅଭିନନ୍ଦନ ଜଣାଉଛୁ । ପ୍ରଭୁ ଜଗତନାଥଙ୍କ ପାଖରେ ଦୀର୍ଘାୟୁ କାମନା କରୁଛୁ ।

Related posts

ଛାଡପତ୍ରଦେଲା ପରେ ମାଲିକ ସହ ମିଶି ସ୍ତ୍ରୀକୁ ଦୁଷ୍କର୍ମ

mahabharatanews

ପୋଲିସ ଡିଜି ଅଭୟ ଙ୍କ ଗଞ୍ଜାମ ଗସ୍ତ

mahabharatanews

ଆଜି ଭଦ୍ରକ-ବାଲେଶ୍ବରରେ କରିବେ ପ୍ରଚାର ରାହୁଲ ଗାନ୍ଧୀ

mahabharatanews