ଭାରତରାଜନୀତି

ଅଷ୍ଟମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ

ତେଜସ୍ୱୀ ହେଲେ ଉପମୁଖ୍ୟମନ୍ତ୍ରୀ
ପାଟନା: ବିହାରର ମୁଖମନ୍ତ୍ରୀ ଭାବେ ନୀତିଶ କୁମାର ଅଷ୍ଟମ ଥର ଲାଗି ଶପଥ ନେଇଛନ୍ତି। ଏଥିସହ ଆରଜେଡି ନେତା ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଅପରାହ୍ନ ୨ଟା ସମୟରେ ରାଜ୍ୟପାଳ ଫଗୁ ଚୌହାନଙ୍କ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ବିଜେପି ଠାରୁ ଦୂରେଇ ଯିବା ପରେ ନୀତଶ ସାତଟି ଦଳର ମହାଗଠବନ୍ଧନ ସହ ସରକାର ଗଢିଛନ୍ତି । ଯେଉଁଥିରେ ଆରଜେଡି, କଂଗ୍ରେସ, ବାମପନ୍ଥୀ ଭଳି ଅନ୍ୟାନ୍ୟ ଦଳ ରହିଛନ୍ତି । ଗତକାଲି ଏନଡିଏ ମିଳିତ ମଞ୍ଚର ମୁଖ୍ୟମନ୍ତ୍ରୀ ଭାବେ ଇସ୍ତଫା ଦେଇଥିଲେ । ତେବେ ମହାଗଠବନ୍ଧନର ୧୬୪ ବିଧାୟକଙ୍କ ସମର୍ଥନ ତାଲିକା ରାଜ୍ୟପାଳଙ୍କ ନିକଟରେ ଦାଖଲ କରିଥିଲେ । ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ରାବ୍ରି ଦେବୀଙ୍କ ଘରକୁ ଯାଇ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ସହ ନୂଆ ସରକାର ଗଠନ ନେଇ ଆଲୋଚନା କରିଥିଲେ । ୨୪୨ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ମ୍ୟାଜିକ ନମ୍ବର ହେଉଛି ୧୨୨ । ଯାହା ନୀତିଶ ହାସଲ କରିସାରିଛନ୍ତି । ସଂପ୍ରତି ଜେଡିୟୁର ସ୍ୱାଧୀନ ସଦସ୍ୟଙ୍କୁ ମିଶାଇ ୪୫, ଆରଜେଡିର ୭୯, କଂଗ୍ରେସର ୧୯, ବାମପନ୍ଥୀ ଦଳର ୧୯ ଜଣ ବିଧାୟକ ରହିଛନ୍ତି । କିଛି ଦିନ ହେଲା ବିଜେପି ଓ ଜେଡିୟୁ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା । ଫଳରେ ନୀତିଶ ମେଣ୍ଟ ଭାଙ୍ଗିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଜେଡିୟୁକୁ ବିଜେପି ଦୁଇ ଭାଗ କରିବାକୁ ଚାହୁଁଥିବା ନୀତିଶ ହୃଦୟଙ୍ଗମ କରିଥିଲେ । ତେବେ ଜେଡିୟୁ ନେତା ଆରପି ସିଂହ ଦଳରୁ ଇସ୍ତଫା ଦେଇ ନୀତିଶଙ୍କ ବିରୁଦ୍ଧରେ ବିଷୋଦଗାର କରିଥିଲେ । ଏହଛଡା ନୀତିଶ ବିଶ୍ୱାସ କରନ୍ତି ଯେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହ ଜେଡିୟୁକୁ ଭାଗ କରିବା ପାଇଁ ନିରନ୍ତର କାର୍ଯ୍ୟକରୁଛନ୍ତି । ଆରପି ସିଂଙ୍କୁ ଅମିତ ଶାହା ଜେଡିୟୁଙ୍କୁ ଭାଙ୍ଗିବା ପାଇଁ ବ୍ୟବହାର କରରୁଥିବାର ଅଭିଯୋଗ କରିଆସୁଥିଲେ । ସେପଟେ ବିଜେପିର ବରିଷ୍ଠ ନେତା ସୁଶୀଲ ମୋଦି କହିଛନ୍ତି ଯେ ଆମର ଅଧିକ ସିଟ ଥିଲେ ସୁଦ୍ଧା ଆମେ ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲୁ । ନୀତିଶ ଆମ ସହ ବିଶ୍ୱାସଘାତକତା କରିଥିବା କହିଥିଲେ । ଆଗକୁ ନୀତିଶଙ୍କୁ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି କହିଥିଲେ ।

 

Related posts

୧୦ରେ କେଜ୍ରିୱାଲଙ୍କ ଜାମିନ ଶୁଣାଣି  

mahabharatanews

ପୁଣି ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ସମନ

mahabharatanews

ବିଧାନସଭାରେ ବ୍ୟମୋକେଶଙ୍କ ଅଡିଓ ତାତି  

mahabharatanews