Uncategorized

ଫେବୃଆରୀ ସୁଦ୍ଧା ହେବ ନାହିଁ ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: ବୋର୍ଡ ଆଶାୟୀଙ୍କ ପାଇଁ ଆଶ୍ଵସ୍ତି । ସିବିଏସଇ ବୋର୍ଡ ପରୀକ୍ଷା ଫେବୃଆରୀ ସୁଦ୍ଧା ହେବ ନାହିଁ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡ.ରମେଶ ପୋଖରିୟାଲ ନିଶଙ୍କ ମଙ୍ଗଳବାର ଘୋଷଣା କରିଛନ୍ତି। ବୋର୍ଡ ପରୀକ୍ଷାକୁ ନେଇ ନିଷ୍ପତ୍ତି ନିଆଯିବ। ସମଗ୍ର ଦେଶରେ ଶିକ୍ଷକଙ୍କ ସହ ସିଧାସଳଖ ଭର୍ଚୁଆଲ ମାଧ୍ୟମରେ ଆଲୋଚନା କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଏହି ଘୋଷଣା କରିଛନ୍ତି।
ଅଭିଭାବକ ବୋର୍ଡ ପରୀକ୍ଷା ମେ ମାସରେ କରିବାକୁ ଦାବି କରିଛନ୍ତି। ନିଶଙ୍କ ମତରେ ଛାତ୍ରଙ୍କୁ ପରୀକ୍ଷାର ନୂତନ ଶୈଳୀ ଆଧାରରେ ପ୍ରସ୍ତୁତି ପାଇଁ ପର୍ୟ୍ୟାପ୍ତ ସମୟ ଦିଆଯିବ। ତେଣୁ ମାର୍ଚ୍ଚ ମାସରେ ପରୀକ୍ଷା ଆୟୋଜନ ହେବ ନାହିଁ। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ତାରିଖ ସ୍ଥିର କରାଯିବ। ପ୍ରାକ୍ଟିକାଲ ହେବ ନାହିଁ। ପୂର୍ବରୁ ଶିକ୍ଷା ମନ୍ତ୍ରୀ କହି ସାରିଛନ୍ତି ଯେ ୨୦୨୧ ବୋର୍ଡ ପରୀକ୍ଷା ଲାଗି ସିବିଏସଇ ୩୦ ପ୍ରତିଶତ ସିଲାବସ୍ ହ୍ରାସ କରିଛି। ମାର୍କସିଟ୍‌ରୁ ଫେଲ୍‌ ଶବ୍ଦକୁ ହଟାଇ ଦିଆଯାଇଛି ଏବଂ ଏବେ କେହି ଫେଲ୍ ହେବେ ନାହିଁ।

 

Related posts

ଅଡିଓ ଭାଇରାଲ ହେବାରୁ ଆହ୍ଲାବାଦ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ଇସ୍ତଫା

mahabharatanews

ରିୟା ଏନସିବି ସମ୍ମୁଖରେ ନେଲେ ତିନି ବଲିଉଡ୍ ସେଲିବ୍ରିଟିଙ୍କ ନାଁ

mahabharatanews

ନିଜ କର୍ମଚାରୀଙ୍କ ପ୍ରତି ସାହାଯ୍ୟର ହାତ ବଢ଼ାଇଲା ରିଲାଏନ୍ସ: କରୋନାରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାରକୁ ୫ ବର୍ଷ ଯାଏଁ ମିଳିବ ଦରମା

mahabharatanews