ଓଡିଶା

୨୦ରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ

(ଭୁବନେଶ୍ୱର) : ଆସନ୍ତା ୨୦ ତାରିଖରେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଆଜି ଶେଷ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର । ଶେଷ ଦିନରେ ୩ ପ୍ରମୁଖ ଦଳ ପ୍ରଚାରକୁ ଜୋରଦାର କରିବେ । ବହୁ ହେବି ୱେଟ୍ ନେତା ତଥା ଦଳର ଷ୍ଟାର ପ୍ରଚାରକ ୫ ସଂସଦୀୟ କ୍ଷେତ୍ର ଏବଂ ଏହା ଅନ୍ତର୍ଗତ ୩୫ ବିଧାନସଭା ନିର୍ବାଚନ ମଣ୍ତଳୀରେ ପ୍ରଚାର କରିବେ ।

ସୂଚନାନୁଯାୟୀ , ଆଜି ସଂଧ୍ୟାରେ ଶେଷ ହେବ ପ୍ରଚାର । ଦ୍ୱିତୀୟ ପର୍ଯ୍ୟାୟର ଆସ୍କା, କନ୍ଧମାଳ, ବଲାଙ୍ଗୀର, ବରଗଡ଼ ଏବଂ ସୁନ୍ଦରଗଡ଼ ଆସନ ସହ ବିଧାନସଭା ଆସନ ଗୁ଼ଡିକରେ ମତଦାନ ହେବ । ତେବେ ଏହି ୩୫ଟି ବିଧାନସଭା ଆସନ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିନିଧିତ୍ୱ କରୁଥିବା ଦୁଇଟି ବିଧାନସଭା ଆସନ କଣ୍ଟାବାଞ୍ଜି ଏବଂ ହିଞ୍ଜିଳି ରିହିଛି ।

Related posts

ରେଳ ଦୁର୍ଘଟଣା : ଏସସିବିରେ ଆଖି ବୁଜିଲେ ଆଉ ଜଣେ ଆହତ 

mahabharatanews

ଚୌଟାଲାଙ୍କ ଫାର୍ମ ହାଉସ ଉପରେ ଇଡିର ଚଢାଉ

mahabharatanews

ଜାତୀୟ ପଞ୍ଚାୟତ ପୁରସ୍କାର ୨୦୨୩ରେ ଗଞ୍ଜାମ ଜିଲ୍ଲା ତଥା ହିଞ୍ଜିଳି ବ୍ଲକକୁ ଶ୍ରେଷ୍ଠ ପୁରସ୍କାର

mahabharatanews