ଲଦାଖ: ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲେହର ଷ୍ଟକନା ଗସ୍ତ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀଙ୍କ ଉପସ୍ଥିତିରେ ପାରା କମାଣ୍ଡୋ ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । ପ୍ୟାଙ୍ଗଙ୍ଗ୍ ହ୍ରଦ ନିକଟରେ କମାଣ୍ଡୋମାନେ ଯୁଦ୍ଧାଭ୍ୟାସ କରିଥିଲେ । ଏହି ହ୍ରଦ ହେଉଛି ସେହି ଅଞ୍ଚଳ ଯେଉଁଠାରେ ଭାରତ ଓ ଚୀନର ସୈନିକ ସାମ୍ନା ସାମ୍ନି ହୋଇଥିଲେ ।
ଏହି ଗସ୍ତ କାଳରେ ରାଜନାଥ ସିଂ ମଧ୍ୟ ହାତରେ ବନ୍ଧୁକ ଉଠାଇଥିବା ଦେଖିବାକୁ ମିଳିଛି । ମନ୍ତ୍ରୀଙ୍କ ସେଠାକୁ ଗସ୍ତ ଓ ଯୁଦ୍ଧାଭ୍ୟାସରେ ସାମିଲ ହେବା ନିଶ୍ଚିତ ରୁପେ ସେନାର ମନୋବଳ ବୃଦ୍ଧି କରିବ ନିଶ୍ଚିତ । ଭାରତ ଓ ଚୀନ ମଧ୍ୟରେ ଆଲୋଚନା ମାଧ୍ୟମରେ ଉଭୟ ସୈନ୍ୟଙ୍କ ମଧ୍ୟରେ ଉତ୍ତେଜନା ହ୍ରାସ କରିବାକୁ ଚେଷ୍ଟା ଜାରି ରହିଛି । ଚୀନ ସେନା ଅନେକ ଅଞ୍ଚଳରୁ ପଛକୁ ହଟିଛି । ଏପରି ସ୍ତିତିରେ ଭାରତ ସମସ୍ତ ପରିସ୍ଥିତିର ସାମ୍ନା ପାଇଁ ପ୍ରସ୍ତୁତ ରହିଛି । ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଗସ୍ତ କାଳରେ ସେନା ନିଜର ଯୁଦ୍ଧାଭ୍ୟାସ ପ୍ରଦର୍ଶନ କରିଛି । ଗୁରୁବାର ୧୩ ହଜାର ୮୦୦ ଫୁଟ୍ ଉଚ୍ଚତାରେ ପାରା କମାଣ୍ଡୋମାନେ ଅଭ୍ୟାସ କରିଛନ୍ତି । ବାୟୁସେନାର ଅନେକ ହେଲିକପ୍ଟର ପ୍ୟାଙ୍ଗଙ୍ଗ୍ ହ୍ରଦ ଉପରେ ଚକ୍କର କାଟୁଛି । ସ୍ଥଳସେନା ଓ ବାୟୁସେନା ମଧ୍ୟରେ ଭଲ ତାଳମେଳ ହିଁ ଏହି ଅପରେସନ ପାଇଁ ମହତ୍ୱପୂର୍ଣ୍ଣ ।
previous post