ମନୋରଞ୍ଜନ

ଆଉ ନାହାନ୍ତି ମିଥୁନ ଚକ୍ରବର୍ତ୍ତୀଙ୍କ ମା’ 

(ମୁମ୍ବାଇ) : ଆଉନାହାନ୍ତି ବଲିଉଡର ଲୋକପ୍ରିୟ ଅଭିନେତା ତଥା ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କ ମା’ ଶାନ୍ତିରାଣୀ ଚକ୍ରବର୍ତ୍ତୀ । ଶୁକ୍ରବାର ଦେହାନ୍ତ ହେବା ପରେ ସମଗ୍ର ପରିବାରରେ ଶୋକର ଲହରି ଖେଳିଯାଇଛି। ମିଥୁନଙ୍କ ସାନ ପୁଅ ନାମୋସି ତାଙ୍କ ଜେଜେମା’ଙ୍କ ମୃତ୍ୟୁ ବିଷୟରେ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ ,  ତିନି ବର୍ଷ ପୂର୍ବେ ତାଙ୍କ ଜେଜେବାପା ତଥା ମିଥୁନ ଚକ୍ରବର୍ତ୍ତୀଙ୍କ ବାପା ବସନ୍ତ କୁମାର ଚକ୍ରବର୍ତ୍ତୀଙ୍କର ପରଲୋକ ହୋଇଥିଲା। ଜୁଲାଇ ୬ ତାରିଖରେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ହେତୁ ତାଙ୍କ ମାଙ୍କର ବିୟୋଗ ଘଟିଛି। ମିଥୁନ ଚକ୍ରବର୍ତ୍ତୀ ତାଙ୍କ ମାଆ ଶାନ୍ତିରାଣୀଙ୍କର ଅତ୍ୟନ୍ତ ଘନିଷ୍ଠ ଥିଲେ। ସୋସିଆଲ ମିଡିଆରେ ମା ଏବଂ ପୁଅଙ୍କ ଫଟୋ ଅଧିକାଂଶ ସମୟରେ ଭାଇରାଲ୍‌ ହୋଇଥାଏ।

Related posts

 ‘ଟାଇଗର୍‌-୩’ କ୍ରେଜ;  ଅଗ୍ରୀମ ୧.୫୦ ଲକ୍ଷ ଟିକେଟ୍ ବିକ୍ରି

mahabharatanews

 ଏହି ସୋ’ରେ ଏବେ ନୂଆ ତାରକା

mahabharatanews

ରିଲିଜ ପୂର୍ବରୁ ବଦଳିଲା  ପ୍ରଭାସଙ୍କ ଫିଲ୍ମ ‘ପ୍ରୋଜେକ୍ଟ କେ’ର ନାମ

mahabharatanews