ଅପରାଧ

ପିହୁକୁ ଖୋଜିବାରେ ପୁଲିସ ବିଫଳ: ବାପା ମା’ଙ୍କ ଶେଷ ଆଶା ନବୀନ ନିବାସ  

ଯାଜପୁର: ଆମ ଝିଅ ପିହୁକୁ ଖୋଜିବାରେ ପୁଲିସ ବିଫଳ । ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଉପରଠାଉରିଆଭାବେ କାର୍ଯ୍ୟ କରି ଚୁପ ବସିଛି । ଆମର ପୁଲିସ ଉପରେ ଭରସା ପାଉନି । ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଉ ଓ ଆମ ଝିଅକୁ ଫେରାଇ ଦିଆଯାଉ । ନହେଲେ ଆମେ ନବୀନ ନିିବାସ ଆଗରେ ଧାରଣାରେ ବସିବୁ ବୋଲି ଯାଜପୁର ମଧୁସୂଦନ ପୁରର ଲକ୍ଷ୍ମଣ ନାୟକ ଯାଜପୁର ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିବା ଅବସରରେ ଗଣମାଧ୍ୟମକୁ ଏହି ଚେତାବନୀ ଦେଇଛନ୍ତି ।
ଗତ ଅଗଷ୍ଟ ୯ ତାରିଖ ଦିନ ଗାଁର ୪ ଜଣ ପିଲାଙ୍କ ସହ ଲକ୍ଷ୍ମଣଙ୍କ ୨ ବର୍ଷର ଝିଅ ପିହୁ ଗାଁ ଦାଣ୍ଡରେ ଖେଳୁଥିଲା । ପରେ ପିହୁ ନିଖୋଜ ଥିବା ପରିବାର ଲୋକେ ଜାଣିବାକୁ ପାଇ ପଚରାଉଚରା କରି ଜାଣିଲେ କେହି ଏକ ବାଇକରେ ଆସି ପିହୁ ମୁହଁରେ ଗାମୁଛା ଘୋଡେଇ ତାକୁ ନେଇ ଚାଲିଯାଇଥିଲା । ଏହି ଘଟଣାକୁ ନେଇ ପରିବାର ବର୍ଗ ଥାନାରେ ଅଭିଯୋଗ ଦେଇଥିଲେ । ତେବେ ନଭେମ୍ବର ମାସରେ ନୟାଗଡ ପରୀ ଘଟଣାକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହେବାରୁ ପିହୁର ଘଟଣା ମଧ୍ୟ ସମ୍ନାକୁ ଆସିଥିଲା । କିନ୍ତୁ ଏପର୍ଯ୍ୟନ୍ତ ଘଟଣାରେ ପୁଲିସ ନା ପିହୁର କୌଣସି ସନ୍ଧାନ ପାଇଛି ନାହିଁ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚି ପାରିଛି । ପୁଲିସର ଶିଥିଳତାକୁ ନେଇ ପିହୁର ବାପା, ମା’ ଓ ଜେଜେ ମା’ ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଧାରଣାରେ ବସିଛନ୍ତି ।

Related posts

ଭୁବନେଶ୍ୱରରେ ହତ୍ୟା କରି ଘଟଗାଁ ଜଙ୍ଗଲରେ ମୃତଦେହ ପୋତି ଦେଇଥିଲେ ପୁରୁଷ ବନ୍ଧୁ

mahabharatanews

ଅଙ୍ଗନବାଡି କେନ୍ଦ୍ରରେ ବଣ୍ଟାଗଲା ନକଲି ଅଣ୍ଡା ! ଫଟାଇବାରୁ ପାଣି ଭଳି ଭାସିଲା, ସିଝିବା ପରେ ରବର ଭଳି ଲାଗିଲା… ଓଡିଶା

mahabharatanews

କଲେଜ ଛାତ୍ରୀଙ୍କୁ ବିଜେଡି ଛାତ୍ର ନେତାଙ୍କ ଅପହରଣ ଅଭିଯୋଗ

mahabharatanews