ଓଡିଶା

ସ୍ୱାସ୍ଥ୍ୟକେନ୍ଦ୍ର ନଳକୂପ ଅଚଳ

ନିଶ୍ଚିନ୍ତକୋଇଲି: ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଲକ୍ଷାଧିକ ଟଙ୍କା ବ୍ୟୟରେ ନବନିର୍ମିତ ନଳକୂପଟି ଅଚଳ ହୋଇପଡ଼ିଛି । ଫଳରେ ଟୋପାଏ ପାନୀୟ ଜଳ ପାଇଁ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରଶାସନ ତରଫରୁ ଏହାର ପ୍ରତିକାର ନିମନ୍ତେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଅସୁରେଶ୍ୱର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ଦୈନିକ ଶହ ଶହ ରୋଗୀ ଆସିଥାନ୍ତି । ରୋଗୀଙ୍କ ନିମନ୍ତେ ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ପରିମଳ ଓ ଜଳ ଯୋଗାଣ ବିଭାଗ ତରଫରୁ ନିକଟରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ ନଳକୂପ ନିର୍ମାଣ କରାଯାଇଥିଲା । ନିର୍ମାଣର ମାତ୍ର ଅଳ୍ପ ଦିନ ପରେ ଏହି ନଳକୂପଟି ଅଚଳ ହୋଇ ପଡ଼ିଥିବାର ଅଭିଯୋଗ ହୋଇଛି । ନଳକୂପ ଅଚଳ ହୋଇପଡ଼ିବା ଯୋଗୁଁ ଦୂରଦୂରାନ୍ତର ରୋଗୀମାନେ ଟୋପାଏ ପାନୀୟ ଜଳ ପାଇବା ନିମନ୍ତେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଆଗକୁ ଗ୍ରୀଷ୍ମ ଋତୁ ଆସୁଥିବା ହେତୁ ଏଠାରେ ଜଳସଙ୍କଟ ଭୟଙ୍କର ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ ବୋଲି ସାଧାରଣରେ ମତପ୍ରକାଶ ପାଇଛି । ପ୍ରଶାସନ ତରଫରୁ ତୁରନ୍ତ ଏହି ନଳକୂପକୁ ମରାମତି କରାଯିବା ନିମନ୍ତେ ସାଧାରଣରେ ଦୃଢ ଦାବି ହୋଇଛି ।

Related posts

ଟ୍ରକ ଧକ୍କାରେ ସ୍ତ୍ରୀ ମୃତ , ସ୍ୱାମୀ, ଦିଅର  ଆହତ

mahabharatanews

ଭାଲୁ ଆକ୍ରମଣରେ ବୃଦ୍ଧା ମୃତ

mahabharatanews

ଶୁଖିଯାଉଛି ବ୍ରାହ୍ମଣୀ ନଦୀ ଶଯ୍ୟା, ଜୀବିକା ହରାଉଛନ୍ତି ଚାଷୀ

mahabharatanews