ଓଡିଶା

ଅଧ୍ୟାପକଙ୍କୁ ଛାଡିବା ଦାବିରେ ଛାତ୍ରଛାତ୍ରୀଙ୍କ ଥାନା ଘେରାଉ

(ମହାଭାରତ, ରାଇରଙ୍ଗପୁର): ରାଇରଙ୍ଗପୁର ସହରରେ ପୁଣି ଏକ ଲଜ୍ଜାଜନକ ଘଟଣା ଘଟିଛି । ଜନୈକ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଅଧ୍ୟାପକଙ୍କୁ ପୋଲିସ ଗିରଫ କରିଛି । ତେବେ ଏହାକୁ ନେଇ ଛାତ୍ରଛାତ୍ରୀମାନେ ଥାନା ଘେରାଉ କରିଛନ୍ତି । ସୂଚନା ଅନୁଯାୟୀ, ମଙ୍ଗଳବାର ରାଇରଙ୍ଗପୁର ମହିଳା କଲେଜର ଜଣେ ଛାତ୍ରୀଙ୍କୁ ସେହି କଲେଜର ଜଣେ ଚୁକ୍ତି ଭିତ୍ତିକ କମ୍ପ୍ୟୁଟର ଅଧ୍ୟାପକ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା । ଅଭିଯୋଗକୁ ଭିତ୍ତି କରି ପୋଲିସ ଉକ୍ତ ଅଧ୍ୟାପକଙ୍କୁ ଗିରଫ କରିଥିଲା । ଏହାକୁ ନେଇ କଲେଜ ଛାତ୍ରଛାତ୍ରୀମାନେ ଅଧ୍ୟାପକଙ୍କୁ ଛାଡିବା ଦାବିରେ ରାଇରଙ୍ଗପୁର ଥାନା ଘେରାଉ କରିଥିଲେ । ଏହାସହ ୨୨୦ ନମ୍ବର ଜାତୀୟ ରାଜପଥକୁ ମଧ୍ୟ ଅବରୋଧ କରିଥିଲେ । ଫଳରେ ଯାନବାହନ ବାହାନ ଚଳାଚଳରେ ବ୍ୟାଘାତ ସୃଷ୍ଟି ହୋଇଥିଲା ।

Related posts

ରଥଯାତ୍ରା ପ୍ରସ୍ତୁତି: ସରିଲା ୩ରଥର ଚକ ନିର୍ମାଣ କାର୍ଯ୍ୟ 

mahabharatanews

ସ୍କୁଲ ସ୍ପୋର୍ଟସ ବେଳେ ନବମ ଶ୍ରେଣୀ ଛାତ୍ରଙ୍କ ବେକରେ ପଶିଗଲା ଜାଭେଲିନ୍

mahabharatanews

ମାଲକାନଗିରି ରାଣୀ ଦୁର୍ଗାବତୀଙ୍କ ୪୫୭ତମ ବଳିଦାନ ଦିବସ ପାଳିତ

mahabharatanews