ନୂଆଦିଲ୍ଲୀ: ବଦଳିଲେ ୧୦ ରାଜ୍ୟର ରାଜ୍ୟପାଳ । ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଲେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ରାଜସ୍ଥାନ. ତେଲେଙ୍ଗାନା, ସିକ୍କିମ, ଝଡଖଣ୍ଡ, ଛତିଶଗଡ, ମେଘାଳୟ, ମହାରାଷ୍ଟ୍ର, ଚଣ୍ଡିଗଡ, ପଣ୍ଡିଚେରୀ, ମଣିପୁରର ନୂତନ ରାଜ୍ୟପାଳ ନିଯୁକ୍ତି କରିଛନ୍ତି ରାଷ୍ଟ୍ରପତି । ରାଜସ୍ଥାନର ନୂଆ ରାଜ୍ୟପାଳ ହରିଭାଉ କ୍ରିଷ୍ଣରାଓ ବାଗଡେ ହୋଇଥିବା ବେଳେ ତେଲେଙ୍ଗାନାର ରାଜ୍ୟପାଳ ହୋଇଛନ୍ତି ବିଷ୍ଣୁ ଦେବ ବର୍ମା । ସେହିପରି ଓମ୍ ପ୍ରକାଶ ମାଥୁରଙ୍କୁ ସିକ୍କିମର ରାଜ୍ୟପାଳ, ସନ୍ତୋଷ କୁମାର ଗାଙ୍ଗୱାରଙ୍କୁ ଝାଡ଼ଖଣ୍ଡର ରାଜ୍ୟପାଳ, ରାମେନ ଡିକାଙ୍କୁ ଛତିଶଗଡ଼ର ରାଜ୍ୟପାଳ, ସିଏଚ୍ ବିଜୟଶଙ୍କରଙ୍କୁ ମେଘାଳୟର ରାଜ୍ୟପାଳ, ସି.ପି ରାଧାକ୍ରିଷ୍ଣନଙ୍କୁ ମହାରାଷ୍ଟ୍ରର ରାଜ୍ୟପାଳ, ଗୁଲାବ ଚାନ୍ଦ କଟରିଆଙ୍କୁ ପଞ୍ଜାବ ଓ ଚଣ୍ଡିଗଡ଼ର ରାଜ୍ୟପାଳ, ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଆସାମର ରାଜ୍ୟପାଳ ଓ ମଣିପୁରର ରାଜ୍ୟପାଳ ଭାବରେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ।
previous post