ଭାରତରାଜନୀତି

ବିବେକ ଭୋଟ ଦେବା ପାଇଁ କହିଲେ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନା

ଭୁବନେଶ୍ୱର: ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ୍ ଆରମ୍ଭ ହେବାପରେ ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନା ଦେଶର ପରବର୍ତ୍ତୀ ରାଷ୍ଟ୍ରପତି ହେବାକୁ ତାଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି । ଯଶୱନ୍ତ ସିହ୍ନା କହିଛନ୍ତି, “ଏହି ନିର୍ବାଚନ ଦେଶର ଗଣତନ୍ତ୍ର ପାଇଁ ବାଟ ଫିଟିବ। ମୁଁ ଆଶା କରୁଛି ଗଣତନ୍ତ୍ରକୁ ରକ୍ଷା କରିବା ଏବଂ ସମ୍ବିଧାନର ସୁରକ୍ଷା ପାଇଁ ସମସ୍ତ ରାଜନୈତିକ ଦଳ ମୋ ସପକ୍ଷରେ ଭୋଟ୍ ଦେବେ।” ଦେଶର ସମସ୍ତ ସାଂସଦ ଓ ବିଧାୟକମାନଙ୍କୁ ସେମାନଙ୍କର “ଭିତରର ସ୍ୱର” ଶୁଣିବାକୁ ଏବଂ ନିର୍ବାଚନରେ ସେମାନଙ୍କୁ ସମର୍ଥନ କରିବାକୁ ସେ ନିବେଦନ କରିଛନ୍ତି । ସେ କହିଛନ୍ତି, “ଏହା ଏକ ଗୁପ୍ତ ମତଦାନ। ମୁଁ ସମସ୍ତ ସାଂସଦ ଏବଂ ବିଧାୟକମାନଙ୍କୁ ସେମାନଙ୍କର ବିବେକ ବ୍ୟବହାର କରି ମୋତେ ଭୋଟ୍ ଦେବାକୁ ଅନୁରୋଧ କରୁଛି।” ଯଶୱନ୍ତ ସିହ୍ନା ରବିବାର ଦିନ ସମସ୍ତ ରାଜନତିକ ଦଳକୁ ନିର୍ବାଚନରେ ତାଙ୍କୁ ଭୋଟ୍ ଦେବାକୁ ଚୂଡ଼ାନ୍ତ ଆବେଦନ କରିଥିଲେ। ଯଶୱନ୍ତ ସିହ୍ନା ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ କହିଛନ୍ତି ଯେ ଏଥର ରାଷ୍ଟ୍ରପତି ନିର୍ବାଚନ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ନୁହେଁ, କିନ୍ତୁ ଏହା ଦୁଇଟି ଆଦର୍ଶ ମଧ୍ୟରେ ଲଢ଼େଇ ହେଉଛି ।

Related posts

ପୁଣି ପଲଟି ଯିବେ କି ନୀତିଶ କୁମାର ?

mahabharatanews

ପାନ ଇଣ୍ଡିଆର ସୁପରଷ୍ଟାର ତଥା ରିବେଲ ଷ୍ଟାର ପ୍ରଭାସ ଆଜି ୪୪ ରେ ପାଦ ଦେଇଛନ୍ତି

mahabharatanews

ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି

mahabharatanews