ଅପରାଧ

ଲାଞ୍ଚ ଦାବି କରି: ଆଦର୍ଶ ବିଦ୍ୟ।।ଳୟ ପ୍ରିନସିପାଲ ଗିରଫ

ନୂଆପଡା: ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ଆଦର୍ଶ ବିଦ୍ୟ।।ଳୟରେ ଦୁର୍ନୀତି । ଦୁର୍ନୀତି ଅଭିଯୋଗ ପରେ ଭିଜିଲାନ୍ସ କବଜାରେ ବିଦ୍ୟାଳୟ ପ୍ରିନସିପାଲ । ଭିଜିଲାନ୍ସ ଜାଲରେ ଛନ୍ଦିହୋଇ ପଡିଛନ୍ତି ବଡିଗାଁ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ । ଅଧ୍ୟକ୍ଷ ସୁଜନ ସାହୁଙ୍କୁ ଭିଜିଲାନ୍ସ ଲାଞ୍ଚ ନେବା ଅଭିଯୋଗରେ ଗିରଫ କରିଛି ।
ନୂଆପଡା ଜିଲ୍ଲା ଖରିଆର ବ୍ଲକ ବଡିଗାଁରେ ଅବସ୍ଥାପିତ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ସୁଜନ ସାହୁ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ ଶିକ୍ଷକଙ୍କ ବକେୟା ବୃଦ୍ଧି ପାଇଁ ଶିକ୍ଷକ ପିଛା ୪ ହଜାର ଲେଖା ଲାଞ୍ଚ ଦାବି କରୁଥିଲେ । ଏନେଇ ତାଙ୍କ ନାମରେ କେହି ଜଣେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ଭିଜିଲାନ୍ସ ସାହୁଙ୍କୁ ଗିରଫ କରିଛି ।

Related posts

ବାଇକ୍ ଲୁଟେରା ଗିରଫ

mahabharatanews

ଛାତ୍ରୀଙ୍କ ମୃତଦେହ ସ୍କୁଟିରେ ନେଇ ଫିଙ୍ଗିଥିବା ୨ ଯୁବକଙ୍କ ଚିହ୍ନଟ

mahabharatanews

ଗୁରୁଜୀଙ୍କ ପୁଅ ଗିରଫ

mahabharatanews