ଓଡିଶା

ସମସ୍ୟାର ସମାଧାନ ଦାବିରେ ହିଞ୍ଜିଳିକାଟୁର ଶୋଭାଯାତ୍ରା

ଗଞ୍ଜାମ : (ରଜନୀ କାନ୍ତ ପାତ୍ର ) ବିଭିନ୍ନ ଜ୍ୱଳନ୍ତ ସମସ୍ୟାର ସମାଧାନ ଦାବିରେ ଆଜି ହିଞ୍ଜିଳିକାଟୁ ବ୍ଲକରୁ ଏକ ଶୋଭାଯାତ୍ରା ହିଞ୍ଜିଳିକାଟୁ ବଇଁଚ ବଣିଆ ଠାରୁ ବ୍ଲକ ଅଫିସ ପର୍ୟ୍ୟନ୍ତ ହେବା ସହ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ୧୧ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରଯାଇଛି । ସୂଚନା ଅନୁଯାୟୀ ଜନସାଧାରଣଙ୍କ ର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ବେଳେ ବୋଝ ଉପରେ ଲଳିତା ବିଡା ସଦୃଶ ସରକାର ନିତ୍ୟ ବ୍ୟବହାର୍ୟ୍ୟ ଜିନିଷ ପତ୍ର ପେଟ୍ରୋଲ, ଡିଜେଲ୍ , ରନ୍ଧନ ଗ୍ୟାସ, ଅତ୍ୟାଶ୍ୟକ ଔଷଧ,ଶିଶୁ ଖାଦ୍ୟ ଆଦିର ଦର ବୃଦ୍ଧି କରିବାରେ ଲାଗିଛନ୍ତି । ହିଞ୍ଜିଳିକାଟୁ ରେ ସରକାର ମେଡିକାଲ ପାଇଁ ବଡ଼ ବଡ଼ କୋଠା କେବଳ ନିର୍ମାଣ କରିଛନ୍ତି କିନ୍ତୁ ଆବଶ୍ୟକ ଡାକ୍ତର, ନର୍ସ,ଡାକ୍ତରୀ ଉପକରଣ ଆଦି ଅଭାବରୁ ଚିକିତ୍ସା କାର୍ୟ୍ୟରେ ଘୋର ବ୍ୟାଘାତ ଘଟୁଛି । ୭ବର୍ଷରୁ ଉର୍ଦ୍ଧ୍ବ ହେଲାଣି ହିଞ୍ଜିଳିକାଟୁରେ କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ନିଜସ୍ଵ କୋଠା ନିର୍ମାଣ ହୋଇପାରିଲା ନାହିଁ। ହିଞ୍ଜିଳିକାଟୁ ଜିଲ୍ଲା ଏକ ଏଯୁକେସନ ହବ ଭାବେ ପରିଚିତ । ଅଥଚ ଏଠାରେ ଲାଇବ୍ରେରୀ ନିର୍ମାଣ ହୋଇପାରିଲା ନାହିଁ ।

ଶିକିରି, ସାହାପୁର, ଦୁର୍ବନ୍ଧ, ମକରଝୋଳ ଏହି ୪ଟି ହାଇସ୍କୁଲରେ ଶିକ୍ଷକ ଅଭାବ ହେତୁ ପଠନପାଠନ କ୍ଷେତ୍ରରେ ବାଧା ଉପୁଜୁଛି । ଏହି ବ୍ଲକ ଅନ୍ତର୍ଗତ ଅଧିକାଂଶ ଗାଁର ଜନସାଧାରଣ ଚାଷ କାର୍ୟ୍ୟ ଉପରେ ନିର୍ଭର କରି ନିଜର ଜୀବିକା ନିର୍ବାହ କରୁଛନ୍ତି । ଅଥଚ ବହୁବାର ଦାବି କରାଯିବା ପରେ ମଧ୍ୟ ଚାଷୀମାନଙ୍କ ପନିପରିବା ଏବଂ ଖାଦ୍ୟ ଶସ୍ୟକୁ ଗଚ୍ଛିତ କରି ରଖିବା ପାଇଁ ଏକ ଶୀତଳ ଭଣ୍ଡାର ନିର୍ମାଣ କରାଯାଇନାହିଁ । ଏହି ଭଳି ଅନେକ ସମସ୍ୟା ରହିଛି ତାର ସମାଧାନ ଆଜିପର୍ୟ୍ୟନ୍ତ ହୋଇପାରିନାହିଁ । ତେଣୁ ହିଞ୍ଜିଳିକାଟୁରେ ଦାବି ଗୁଡ଼ିକ ପୂରଣ କରିବା ପାଇଁ ଏସ୍ .ୟୁ .ସି .ଆଇ କମ୍ୟୁନିଷ୍ଟ ହିଞ୍ଜିଳିକାଟୁ ଆଞ୍ଚଳିକ କମିଟି ପକ୍ଷରୁ ଦୃଢ଼ ଦାବି କରାଯାଉଛି । ଆଜିକାର କାର୍ୟ୍ୟକ୍ରମରେ ଏସ. ୟୁ .ସି. ଆଇ (କମ୍ୟୁନିଷ୍ଟ) ଗଞ୍ଜାମ ଜିଲ୍ଲା ସମ୍ପାଦକ ସୋମନାଥ ବେହେରା, ହିଞ୍ଜିଳିକାଟୁ ଆଞ୍ଚଳିକ କମିଟି ସମ୍ପାଦକ ନିମାଇଁ ଚରଣ ସାହୁଙ୍କ ସମେତ ନାରାୟଣ ସାହୁ, ପପୁନ ସାହୁ, କାମରାଜ ସାହୁ, କିସାନ ସାହୁ, ଅନିଲ ସାହୁ, ସୋମ୍ୟରଞ୍ଜନ ଗୌଡ, ଶୁଭସ୍ମିତା ପାଣିଗ୍ରାହି ଆଦି ସଂଗଠନର କର୍ମକର୍ତ୍ତା ଏବଂ ବହୁ ଜନସାଧାରଣ ଉପସ୍ଥିତ ଥିଲେ ।

Related posts

ରେଳ ଦୁର୍ଘଟଣା : ଆଜି ନୁହେଁ ୧୩ରେ ଆସିବ ‘ଲଭ ଇନ୍ ଲଣ୍ଡନ୍‌’

mahabharatanews

ଜୟପାଟଣା ବ୍ଲକ ୱାର୍କିଙ୍ଗ ମିଡ଼ିଆ ଏସୋସିଏସନ ତରଫରୁ ଜାତୀୟ ପ୍ରେସ ଦିବସ

mahabharatanews

ପର୍ୟ୍ୟଟନ ବିଭାଗର ମୁଖ୍ୟ ସଚିବଙ୍କ ଦ୍ୱାରା ଇକୋ ରିଟ୍ରିଟ ଉତ୍ସବର ପ୍ରସ୍ତୁତି ତଦାରଖ

mahabharatanews