(ଦିଲ୍ଲୀ) : ବଙ୍ଗଳା ଖାଲି କରିବେ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢା । ସେ କହିଛନ୍ତି ଯେ ବିଜେପି ନିର୍ଦ୍ଦେଶରେ ତାଙ୍କ ସରକାରୀ ଘର ଆବଣ୍ଟନ ବାତିଲ କରାଯାଇଛି। ରାଜନୈତିକ ଉଦ୍ଦେଶ୍ୟ ତଥା ନିଜ ସ୍ୱାର୍ଥ ପାଇଁ ବିଜେପି ତାଙ୍କୁ ସରକାରୀ ବଙ୍ଗଳା ଖାଲି କରିବା ପାଇଁ ଉଦ୍ୟମ କରୁଛି ।
ସୂଚନାନୁଯାୟୀ , ରାଘବ ଚଢାଙ୍କୁ ବର୍ତ୍ତମାନ ଲୁଟିୟନ୍ସ ଦିଲ୍ଲୀରେ ଟାଇପ୍ -୭ ବଙ୍ଗଳା ଛାଡିବାକୁ ପଡିପାରେ। ଶୁକ୍ରବାର ଦିନ ଦିଲ୍ଲୀର ଏକ କୋର୍ଟ କହିଛନ୍ତି ଯେ ଆବଣ୍ଟନ ବାତିଲ ହେବା ପରେ ରାଘବ ଚଢାଙ୍କର ସେହି ବଙ୍ଗଳା ଉପରେ କୌଣସି ଅଧିକାର ନାହିଁ । ଏହାପୂର୍ବରୁ ଏପ୍ରିଲରେ କୋର୍ଟ ରାଘବ ଚଢାଙ୍କୁ ସରକାରୀ ବାସଭବନ ଖାଲି କରିବା ନିର୍ଦ୍ଦେଶରେ ରୋକ୍ ଲଗାଇଥିଲେ କିନ୍ତୁ ବର୍ତ୍ତମାନ ଏହି ନିଷ୍ପତ୍ତି ପ୍ରତ୍ୟାହାର କରି ନିଆଯାଇଛି।