(ଅଯୋଧ୍ୟା) : ରାମ ଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ଶଦ୍ଧାଳୁଙ୍କ ପ୍ରବଳ ଭିଡ । ଆଜି ରବିବାର ଛୁଟିଦିନ ଥିବାରୁ ସକାଳୁ ସକାଳୁ ରାମ ମନ୍ଦିର ପରିସରରେ ବେଶ ଭିଡ ଦେଖିବାକୁ ମିଳିଛି । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ସେପଟେ ପ୍ରବଳ ଭିଡ଼କୁ ଦୃଷ୍ଟିରେ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ବୋର୍ଡ ପକ୍ଷରୁ ରାମଲାଲାଙ୍କ ଆଳତୀ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ଏହା ଦେୟମୁକ୍ତ ରହିଥିବା ବେଳେ ଉଭୟ ଅଫଲାଇନ ଅନଲାଇନରେ ଶ୍ରଦ୍ଧାଳୁଙ୍କ ପାଇଁ ଉପଲବ୍ଧ ରହିଛି ।
ସୂଚନାନୁଯାୟୀ , ମନ୍ଦିର ଖୋଲିବା ପରେ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଛି । ଏହି ଭିଡ ଆଗାମୀ ଦିନରେ ଆହୁରି ବଢ଼ିବାରେ ଅନୁମାନ କରାଯାଇଛି । ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ବି କଡ଼ାକଡ଼ି କରାଯାଇଛି । ଏହି ସବୁ ଭିତରେ ଭିଡ଼କୁ ଦୃଷ୍ଟିରେ ରଖି ଶ୍ରୀରାମଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ରାମ ମନ୍ଦିରରେ ରାମଲଲ୍ଲାଙ୍କ ଆଳତୀ ଓ ଦର୍ଶନ ସମୟ ବିଷୟରେ ସୂଚନା ଦେଇଛି ।