(ପୁରୀ) : ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଆରମ୍ଭ କରିବେ ଯାତ୍ରା । ବଡ଼ଦାଣ୍ତରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀଜିଉ। ଏଥି ପାଇଁ ଶ୍ରୀକ୍ଷେତ୍ରରେ ଚଳଚଞ୍ଚଳ । ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି । ମଙ୍ଗଳ ଆଳତି, ମଇଲମ, ତଡପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ଆଦି ସମାପନ ପରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ସମାପନ ହେବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ତି ଆରମ୍ଭ ହେବ ।
ସୂଚନା ଅନୁସାରେ, ପହଣ୍ଡି କାର୍ଯ୍ୟକ୍ରମ ଦିନ ସାଢ଼େ ୧୨ଟା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ସେହିପରି ଶ୍ରୀଗୁଣ୍ଡିଚା ଅଭିମୁଖେ ତିନି ରଥ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ । ସେହିପରି ସାଢେ ୧୨ଟାରୁ ୧ ଟା ମଧ୍ୟରେ ମଦନମୋହନ, ଶ୍ରୀରାମ ଓ ଶ୍ରୀକୃଷ୍ଣ ରଥକୁ ବିଜେ ନୀତି ଚାଲିଛି । ସାଢେ ଗୋଟିଏରୁ ୨ଟା ଭିତରେ ଚିତା ଲାଗି, ସାଢେ ୧ଟାରୁ ସାଢେ ୨ଟା ଭିତରେ ବେଶ ଶେଷ ହେବା ପରେ ସାଢେ ୨ଟାରୁ ଛେରାପହଁରା ଆରମ୍ଭ ହେବ । ଦିନ ୩ଟା ସୁଦ୍ଧା ଛେରା ପହଁରା ଶେଷ ହେବ । ଅପରାହ୍ନ ୪ଟାରୁ ରଥଟଣା ଆରମ୍ଭ ହେବ ।
