ଭୁବନେଶ୍ୱର: ବର୍ତ୍ତମାନ କରୋନା ଆତଙ୍କ ଦେଇ ଦେଶ ତଥା ରାଜ୍ୟ ଗତି କରୁଛି । ପ୍ରାରମ୍ଭିକ ସ୍ଥିତିରେ ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଥିବା ବେଳେ ବର୍ତ୍ତମାନ କିନ୍ତୁ ଏହା ଉଗ୍ର ରୂପ ନେବାରେ ଲାଗିଛି । ଏପରି ସ୍ଥିତିରେ କିନ୍ତୁ ରାଜ୍ୟ ସରକାର ବରିଷ୍ଠ ଆଇଏଏସ ସ୍ତରରେ କିଛି ପରିବର୍ତ୍ତନ ଆଣିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ବଦଳି କରାଯାଇ ଶକ୍ତି ବିଭାଗର ପ୍ରମୁଖ ସଚିବ ଦାୟିତ୍ୱ ଦିଆଯାଇଛି । ସେହିଭଳି ଶକ୍ତି ସଚିବ ବିଷ୍ଣୁପଦ ସେଠୀଙ୍କୁ ରାଜସ୍ୱ ବିଭାଗର ସଚିବ ଭାବେ ନିଯୁକ୍ତ କରାଯ।।ଇଛି । ସନ୍ତୋଷ ଷଡଙ୍ଗୀ ବିଜ୍ଞାନ ଓ ବୈଷୟିକ ବିଭାଗର ସଚିବ ହୋଇଛନ୍ତି ।
ବର୍ତ୍ତମାନ କରୋନା ସଙ୍କଟ ମଧ୍ୟରେ ପ୍ରାୟତଃ ସମସ୍ତ ବିଭାଗ ପ୍ରାୟତଃ ନାମକୁ ମାତ୍ର ଚାଲିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ଲକଡାଉନ ଆରମ୍ଭରୁ ଏପର୍ଯ୍ୟନ୍ତ ତାର କାର୍ଯ୍ୟ ତୁଲାଇ ଚାଲିଛି । ଏହି ବିଭ।।ଗର ସଚିବ ମଧ୍ୟ ଦକ୍ଷତାର ସହ କାର୍ଯ୍ୟ ତୁଲାଉଥିବା ନେଇ ସରକାର ପକ୍ଷରୁ ମତ ପ୍ରକାଶ ପାଇଛି । ଏପରିକି ଶ୍ରୀ ଧଳ ଏହି ସଙ୍କଟମୟ ସ୍ଥିତି ପାଇଁ ନିଜ ବାପାଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ହିନ୍ଦୁ ରୀତିନୀତିକୁ ପଛରେ ପକାଇ ବାପାଙ୍କ ମରିବାର ଗୋଟିଏ ଦିନ ପରେ କାର୍ଯ୍ୟରେ ଯୋଗଦେଇଥିଲେ । ଏହାକୁ ନେଇ ସେତେବେଳେ ତାଙ୍କ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରାଯାଇଥିଲା । ପୂର୍ବରୁ ସରକାର କରୋନା ସଂକ୍ରମଣର ମୁକାବିଲା ଅଧିକ ଦକ୍ଷତାର ସହ ସମ୍ପାଦନା କରିବା ଲକ୍ଷ୍ୟରେ କେତେକ ଜରୁରୀ ବିଭାଗ ଦାୟିତ୍ୱ କିଛି ବରିଷ୍ଠ ଅଧିକାରୀଙ୍କୁ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗ ସଚିବ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ ନ୍ୟସ୍ତ କରାଯାଇଛି । କିନ୍ତୁ ଏହା ପରେ ମଧ୍ୟ ଶ୍ରୀ ଧଳକୁ ସ୍ୱାସ୍ଥ୍ୟ ସଚିବ ଭାବେ ରଖାଯାଇଥିଲା । ଶ୍ରୀ ଧଳ ପୂର୍ବଭଳି ସ୍ୱାସ୍ଥ୍ୟ ସଚିବ ରହିବେ ବୋଲି ପ୍ରକାଶ କୁହାଯାଇଥିଲା । ଏଥିରୁ ପ୍ରମାଣିତ ହେଉଛି, ଶ୍ରୀ ଧଳ ତାଙ୍କ କାର୍ଯ୍ୟ ସମ୍ପାଦନରେ ବଦ୍ଧପରିକର ଥିଲେ । ତେଣୁ ସେ ସ୍ୱାସ୍ଥ୍ୟ ସଚିବ ନ ଥିବା ବେଳେ ତାଙ୍କ କାନ୍ଧରେ ଏହି ଗୁରୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା । ତେବେ ଏପରି କଣ ହୋଇଗଲା କି ତାଙ୍କୁ ରାଜ୍ୟର ସବୁଠାରୁ ଘଡିସନ୍ଧି ମୁହୂର୍ତ୍ତରେ ବଦଳି କରାଗଲା? ଏବେ ଏହି ପ୍ରଶ୍ନକୁ ନେଇ ସବୁଆଡେ ଚର୍ଚ୍ଚା ଜୋର ଧରିଛି । ଶ୍ରୀ ଧଳଙ୍କ ରାତାରାତି ବଦଳିକୁ ନେଇ ସାରକାରୀ କଳ ଉପରେ ସନ୍ଦେହ ସୃଷ୍ଟି ହୋଇଛି ।
previous post