ମନୋରଞ୍ଜନ

ଦିଦିଙ୍କୁ ଭେଟିଲେ ଭାଇଜାନ

 (କୋଲକାତା) :  ଦିଦିଙ୍କୁ ଭେଟିଲେ  ବଲିଉଡ ସୁପରଷ୍ଟାର ସଲମାନ ଖାନ । ଆଜି କୋଲକାତାରେ ସଲମାନ ଖାନ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି।ସଲମାନ କାଲିଘାଟରେ ଥିବା ମମତା ବାନାର୍ଜୀଙ୍କ ବାସଭବନରେ ତାଙ୍କୁ ଭେଟିଥିଲେ।ସଲମାନ ଖାନ୍ ତାଙ୍କ କାରରୁ ଓହ୍ଲାଇବା ମାତ୍ରେ ମମତା ବାନାର୍ଜୀ ତାଙ୍କୁ ସ୍ୱାଗତ କରିଥିଲେ | ସଲମାନ ଖାନ ଶୁକ୍ରବାର ସନ୍ଧ୍ୟାରେ ଦି-ବ୍ୟାଙ୍ଗ ଟୁର ପାଇଁ କୋଲକାତାରେ ପହଞ୍ଚିଥିଲେ ।

ସୂଚନାନୁଯାୟୀ , ବାସ୍ତବରେ ପ୍ରତିବର୍ଷ ସଲମାନ ଖାନ ଦିବ୍ୟାଙ୍ଗ ଟୁର କରନ୍ତି | ଏଥିରେ ବଲିଉଡ ଇଣ୍ଡଷ୍ଟ୍ରିର ନାମିଦାମୀ କଳାକାରମାନେ ଭାଗ ନେଇଥାନ୍ତି | ତାଙ୍କ ସହ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ୍, ପ୍ରଭୁ ଦେବା ଏବଂ ଆୟୁଷ ଶର୍ମା ମଧ୍ୟ ଥିଲେ। ସଲମାନଙ୍କ ‘କିସି କା ଭାଇ କିସି କି ଜାନ’ର ସହଅଭିନେତ୍ରୀ ପୂଜା ହେଗଡେ ମଧ୍ୟ ଏହି କନ୍ସର୍ଟରେ ଯୋଗଦେବେ ବୋଲି ଆଶା କରାଯାଉଛି।

Related posts

ପୁନମ୍‌ଙ୍କ ନାଁରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

mahabharatanews

କାନ୍ସ ଫିଲ୍ମ ଫେଷ୍ଟିଭାଲ : ବୋଲ୍ଡ ଅନ୍ଦାଜରେ ଇଶା ଗୁପ୍ତା

mahabharatanews

‘ପୁଷ୍ପା ୨’କଳାକାର ହେଲେ ଗାଡି ଦୁର୍ଘଟଣାର ଶିକାର

mahabharatanews