ଓଡିଶା

ପୁରୀ ବନ୍ୟା ସ୍ଥିତି ନେଇ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ବୈଠକ

(ଜୟନ୍ତ କୁମାର ସେଠୀ/ପୁରୀ):ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ପୁରୀ ସର୍କିଟ ହାଉସ ଠାରେ ପ୍ରଶାସନିକ ଅଧିକାରୀ, ଜଳ ସମ୍ପଦ ଅଧିକ୍ଷଣ ଯନ୍ତ୍ରୀଙ୍କ ସହ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ମୁକାବିଲା ନେଇ ସମୀକ୍ଷା କରିଛନ୍ତି । ଜିଲ୍ଲାରେ ଥିବା ଦୟା, ଭାର୍ଗବୀ, ରତ୍ନଚିରା, ଲୁଣା ଏବଂ ମକରା ନଦୀର ବିଭିନ୍ନ ସ୍ଥାନରେ ଅସୁରକ୍ଷିତ ନଦୀବନ୍ଧ ଗୁଡିକ ଉପରେ ତୀକ୍ଷ୍ଣ ନଜର ରଖିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ମହାନଦୀରୁ ଉପରୋକ୍ତ ନଦୀଗୁଡିକୁ ୩ରୁ ୪ ଲକ୍ଷ କ୍ୟୁସେକ ଜଳ ଚିଲିକା ଦେଇ ସମୁଦ୍ରକୁ ଯିବ । ଏଣୁ ଏହି ନଦୀଗୁଡିକର ପାଶ୍ୱବର୍ତ୍ତୀ ଅଞ୍ଚଳଗୁଡିକରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି ବୋଲି ଯୋଜନା ବୋର୍ଡ ଉପାଧ୍ୟକ୍ଷ କହିଛନ୍ତି । ବନ୍ୟା ବିପନ୍ନମାନଙ୍କୁ ସ୍ୱାସ୍ଥ୍ୟସେବା ଓ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦିଆଯିବ । ସମସ୍ତ ବିପଦ ସଙ୍କୁଳ ସ୍ଥାନମାନଙ୍କରେ ଏନଡିଆରଏଫ ଓ ଓଡ୍ରାଫ ଟିମ ମୁତୟନ ରହିଛନ୍ତି । ଏଥିସହ ରିଲିଫ ଓ ଉଦ୍ଧାର କାର୍ଯ୍ୟ ପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲା ପ୍ରଶାସନକୁ ଯୋଜନା ବୋର୍ଡ ଉପାଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ରାଜସ୍ୱ ଅଧିକାରୀ ମାନଙ୍କୁ ବନ୍ୟା ପରେ ତୁରନ୍ତ ଫସଲ କ୍ଷୟକ୍ଷତିର ଆକଳନ ପାଇଁ ସେ କହିଛନ୍ତି । ଉକ୍ତ ସମୀକ୍ଷା ବୈଠକରେ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ ) ସୁବାସ ନାଥଶର୍ମା, ଉପଜିଲ୍ଲାପାଳ ଭବତାରଣ ସାହୁ, ଜଳ ସମ୍ପଦ (ସେଣ୍ଟ୍ରାଲ ସର୍କଲ) ସୁପେରିଟେଣ୍ଡିଙ୍ଗ ଇଞ୍ଜିନିଅର ଚିନ୍ମୟ ରାଉତ, ନିର୍ବାହୀ ଯନ୍ତ୍ରୀ (ଡ୍ରେନେଜ) ଭଗବାନ ଚନ୍ଦ୍ର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Related posts

ମାଟ୍ରିକ ପରୀକ୍ଷା ସିଡ୍ୟୁଲ୍ ରେ ସାମାନ୍ୟ ପରିବର୍ତ୍ତନ

mahabharatanews

ତ୍ରୟୋଦଶ ତମ ସାଧାରଣ ବୈଠକ ଅନୁଷ୍ଠିତ

mahabharatanews

ଭାରସାମ୍ୟ ହରାଇ ଗଛରେ ପିଟିଲା ନାଇଟ୍ କୋଚ ବସ

mahabharatanews