ଓଡିଶାଭାରତରାଜନୀତି

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ସସ୍ମିତ ଓ ପିନାକୀ

ନୂଆଦିଲ୍ଲୀ: ନବ ନିର୍ବାଚିତ ଉପରାଷ୍ଟ୍ରପତି ଜଗଦୀନ ଧନଖଡଙ୍କୁ ବିଜେଡି ସଂସଦୀୟ ଦଳ ପକ୍ଷରୁ ସୌଜନ୍ୟମୂଳକ ସାକ୍ଷାତ କରାଯାଇଛି। ପୁରୀ ଲୋକସଭା ସାଂସଦ ତଥା ବିଜେଡି ସଂସଦୀୟ ଦଳର ନେତା ପିନାକୀ ମିଶ୍ର ଓ ବିଜେଡିର ରାଜ୍ୟସଭା ସାଂସଦ ତଥା ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ଶ୍ରୀ ଧନଖଡଙ୍କୁ ଭେଟିଛନ୍ତି। ଶ୍ରୀ ଧନଖଡଙ୍କୁ ଭେଟିବା ପରେ ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ପୁଷ୍ପଗୁଚ୍ଛ, ଉତ୍ତରୀୟ ଏବଂ ଜଗନ୍ନାଥଙ୍କ ଫଟୋ ଚିତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଉପରାଷ୍ଟ୍ରପତି ଶ୍ରୀ ଧନଙ୍କରଙ୍କୁ ଭେଟିବା ପରେ ଶ୍ରୀ ପାତ୍ର କହିଛନ୍ତି ଯେ, ସାର ଆପଣଙ୍କୁ ଭେଟିବା ଆମ ପାଇଁ ଏକ ସୌଭାଗ୍ୟ ଓ ଗର୍ବର ବିଷୟ। ଆମେ ରାଜ୍ୟସଭାରେ ମାନ୍ୟବର ଅଧ୍ୟକ୍ଷ ଭାବରେ ଆପଣଙ୍କ ଗୃହ ପରିଚାଳନା ଓ ନେତୃତ୍ୱକୁ ଅପେକ୍ଷା କରିଛୁ। ବିଜେଡି ସଂସଦୀୟ ଦଳ ପକ୍ଷରୁ ଆମକୁ ସାକ୍ଷାତ କରିବାର ସୁଯୋଗ ଦେଇଥିବାରୁ ଆମେ ଆପଣଙ୍କ ଠାରେ କୃତଜ୍ଞ ବୋଲି ନିଜ ଟ୍ୱିଟର ମାଧ୍ୟରେ ଶ୍ରୀ ପାତ୍ର କହିଛନ୍ତି।

Related posts

ପୋଡଙ୍ଗ ଗ୍ରାମକୁ ବିଶୋଧନ କଲେ ବିଜେଡି ଯୁବ ନେତା

mahabharatanews

ନବ ଦାସ ହତ୍ୟା ମାମଲା: କୋର୍ଟରେ ହାଜର ହେଲା ଗୋପାଳ

mahabharatanews

ଟ୍ରେନ ଲାଇନରୁ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

mahabharatanews