ଓଡିଶା

ବିଫଳ ହେଲା ଏସବିଆଇ ଏଟିଏମ ଲୁଟ ଉଦ୍ୟମ

ବାଣପୁର /ସୁଧୀର  କୁମାର  ପାତ୍ର : ଶନିବାର ବିଳମ୍ବିତ ରାତିରେ ଲୁଟେରା ମାନେ ବାଣପୁର ବାଲୁଗାଁ ରାସ୍ତାରେ ଥିବା  ବାଣପୁର ଥାନା ଅନ୍ତର୍ଗତ ଏକ ଷ୍ଟେଟବ୍ୟାଙ୍କ ଏଟିଏମ ରୁ ଲୁଟ ଉଦ୍ୟମ କରି ବିଫଳ ହୋଇଛନ୍ତି l ଖବରରୁ ଜଣାଯାଇଛି ବାଣପୁର ବାଲୁଗାଁ ରାସ୍ତାରେ ଥିବା ଅନ୍ତରକିଆରୀ ଛକ ରବୀନ୍ଦ୍ର ମାନସିଂହଙ୍କ ଘର ପାଖରେ ଥିବା ଏକ ଷ୍ଟେଟବ୍ୟାଙ୍କ ଏଟିଏମରୁ ଦୁର୍ବୁର୍ତ୍ତ ମାନେ  ରାତ୍ରି 3ଘଟିକାରେ ଏକ ଧଳାରଙ୍ଗର କାରରେ ଆସି ସଟର ଭାଙ୍ଗି ଭିତରେ ପଶିଥିଲେ l ନିକଟରେ ଥିବା ଜନୈକ ବ୍ୟକ୍ତି ଦେଖି ପୋଲିସକୁ ଖବର ଦେଇଥିଲେ l କିନ୍ତୁ ଦୁର୍ବୁତ୍ତ ମାନେ ଏଟିଏମ ମେସିନକୁ ଭାଙ୍ଗିବାକୁ ଚେଷ୍ଟାକରି ବିଫଳ ହେଲା ପରେ ପୋଲିସ ପହଂଚିବା ପୂର୍ବରୁ ପାରିନୁଆଗାଁ କେନାଲ ରାସ୍ତାରେ ଖସି ପଳାଇଥିଲେ l ପୋଲିସ ଉକ୍ତ ସ୍ଥାନରେ ପହଂଚି ଏଟିଏମକୁ ତାଲା ପକାଇ  ତନାଘନା କରୁଥିବାର ଜଣାଯାଇଛି l ପ୍ରକାଶ ଥାଉକି ଗାଡି ନମ୍ବରଟିକୁ ବ୍ୟକ୍ତି ଜଣକ ଦେଖିଥିଲେ ମଧ୍ୟ ତଦନ୍ତ ଚାଲୁ ଥିବାରୁ ତାହା ପ୍ରକାଶ କରିନାହାନ୍ତି l

Related posts

ଆଜି ଭଦ୍ରକ-ବାଲେଶ୍ବରରେ କରିବେ ପ୍ରଚାର ରାହୁଲ ଗାନ୍ଧୀ

mahabharatanews

ରବିବାର ସମ୍ବଲପୁର ଜିଲ୍ଲା ସଟଡାଉନ ଘୋଷଣା

mahabharatanews

ପୌର ନିର୍ବାଚନ ସଜବାଜ: ସମୁଦାୟ ୧୭୩୭ ୱାର୍ଡରେ ହେବ ନିର୍ବାଚନ, କାଲି ସନ୍ଧ୍ୟା ୫ଟା ସୁଦ୍ଧା ବନ୍ଦ ହେବ ପ୍ରଚାର

mahabharatanews