ଓଡିଶା

ବଜ୍ରକୋଟ ମା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ କୁନି ବୈଜ୍ଞାନିକ ମେଳା

‎ବଜ୍ରକୋଟ ମା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ୧୭ତମ କୁନି ବୈଜ୍ଞାନିକ ମେଳା ହୋଇଯାଇଛି। ଶିଶୁମନ୍ଦିରରେ କୁନି ବୈଜ୍ଞାନିକମାନେ ୨୧୫ଟି ଆକର୍ଷଣୀୟ ପ୍ରକଳ୍ପକୁ ପ୍ରଦର୍ଶିତ କରିଛନ୍ତି। ଉକ୍ତ କୁନି ବୈଜ୍ଞାନିକଙ୍କ ବିଜ୍ଞାନମେଳାକୁ ସାମାଜିକ କର୍ମୀ ଦୀପକ କୁମାର ଜେନା ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଛନ୍ତି। ବିଜ୍ଞାନମେଳାର ସଭାରେ ବିଜୟ କୁମାର ବ୍ରହ୍ମା ସଭାପତିତ୍ବ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଅବସରପ୍ରାପ୍ତ ଶିକ୍ଷକ ବ୍ରଜକିଶୋର ଗୌଡ଼, ଶିକ୍ଷକ ସଦାନନ୍ଦ ଗୌଡ଼, ସରପଞ୍ଚ ପ୍ରଦୀପ କୁମାର ସେଠୀ, ଅଲେଖ କୁମାର ବିଶ୍ୱାଳ, ଆତ୍ମା କମିଟି ସଭାପତି ରାମଚନ୍ଦ୍ର ସେଠୀ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମହେନ୍ଦ୍ର କୁମାର ବେହେରା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଅଖିଳ ଚନ୍ଦ୍ର ନାୟକ, ସିଆରସିସି ସୁକାନ୍ତ କୁମାର ଜେନା ଯୋଗ ଦେଇଥିଲେ।

ମୁଖ୍ୟ ବକ୍ତାଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ କାଶୀନାଥ ଜେନା କୁନି ବୈଜ୍ଞାନିକଙ୍କ ପ୍ରକଳ୍ପକୁ ଦେଖି ଖୁସି ହୋଇ ଯାଇଥିଲେ। ପଡୋଶୀ ଜିଲ୍ଲା ଗଞ୍ଜାମରୁ ସରିତା କୁମାରୀ ଚୌଧୁରୀ, ମେନକା ପାଣିଗ୍ରାହୀ, ରବିଶଙ୍କର ପାଣିଗ୍ରାହୀ ଜଜ ଭାବେ ବିଜ୍ଞାନ ମେଳାର ପ୍ରକଳ୍ପକୁ ନିରେଖି ଦେଖି କୃତି ବୈଜ୍ଞାନିକ ମାନଙ୍କୁ ଚୟନ କରିଥିଲେ। ଏହି ମେଳlକୁ ଦେଖିବା ପାଇଁ ନିକଟ ଗ୍ରାମର ଜନସାଧାରଣ, ଅଭିଵାବକଙ୍କ ଭିଡ଼ ଜମିଥିଲା। ସଭାରେ ଶିକ୍ଷକ ବିଷ୍ଣୁ ପ୍ରସାଦ ଦଳେଇ ଏବଂ ପ୍ରଶାନ୍ତ କୁମାର ପଲେଇ ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ତଥା ପ୍ରତିଷ୍ଠାତା ଉଲ୍ଲାସ ଚନ୍ଦ୍ର ପ୍ରଧାନଙ୍କ ନିର୍ଦେଶରେ ଏହି ମେଳାର ଆୟୋଜନ ହୋଇଥିଲା। ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ମାନେ ସହଯୋଗ କରିଥିଲେ।

Related posts

ବରୀ ବାସୀଙ୍କ ପାଇଁ ରାଜ ରାସ୍ତା ରେ ବସିବୁ : ବିଜେପି

mahabharatanews

ରଥଯାତ୍ରା ସମୟରେ ବିପର୍ଯ୍ୟୟ ପରିଚାଳନା ବୈଠକ

mahabharatanews

ରାଜ୍ୟରେ ୧୭ ଯାଏ ବର୍ଷା ସମ୍ଭାବନା 

mahabharatanews