ଭାରତ

ଶଶି ଥରୁରଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ପୁରସ୍କାର

(ଦିଲ୍ଲୀ) : କଂଗ୍ରେସ ସାଂସଦ ତଥା ପୂର୍ବତନ ଜାତିସଂଘର କୂଟନୀତିଜ୍ଞ ଶଶି ଥରୁରଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ପୁରସ୍କାର ଚେଭଲିୟର ଡି ଲା ଲେଜିଅନ୍ ଡି’ହୋନେର୍’ ପ୍ରଦାନ କରାଯାଇଛି ।  ଫ୍ରାନ୍ସ ସରକାର ଅଗଷ୍ଟ ୨୦୨୨ରେ ଥରୁରଙ୍କୁ ଏହି ପୁରସ୍କାର ଦେବାକୁ ଘୋଷଣା କରିଥିଲେ କିନ୍ତୁ ମଙ୍ଗଳବାର ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା |

ସୂଚନାନୁଯାୟୀ , ତେବେ ଏହି ସମ୍ମାନ ପାଇଁ ଥରୁର ଫ୍ରାନ୍ସକୁ ଧନ୍ୟବାଦ ଦେଇଛନ୍ତି । ଭାରତରେ ଥିବା ଫ୍ରାନ୍ସ ଦୂତାବାସ ଏକ ବିବୃତ୍ତିରେ କହିଛି ଯେ ଭାରତ-ଫ୍ରାନ୍ସ ସମ୍ପର୍କକୁ ଗଭୀର କରିବା ପାଇଁ ନିରନ୍ତର ଉଦ୍ୟମ, ଆନ୍ତର୍ଜାତୀୟ ଶାନ୍ତି ଏବଂ ସହଯୋଗ ପ୍ରତି ପ୍ରତିବଦ୍ଧତା ଏବଂ ଫ୍ରାନ୍ସର ଦୀର୍ଘ ଦିନର ବନ୍ଧୁ ଭାବରେ ଶଶି ଥରୁରଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସେ ମିଳିତ ଜାତିସଂଘରେ କୂଟନୀତିଜ୍ଞ କିମ୍ବା ଭାରତର ରାଜନେତା କିମ୍ବା ଲେଖକ ଭାବରେ କାର୍ଯ୍ୟ କରିଛନ୍ତି । ମିଳିତ ଜାତିସଂଘରେ ଅନେକ ପଦବୀରେ କାର୍ଯ୍ୟ କରିଥିଲେ ।  ଥରୁର ମଧ୍ୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ମାନବ ସମ୍ବଳ ବିକାଶ ମନ୍ତ୍ରୀ ଦାୟିତ୍ୱ ତୁଲାଇଛନ୍ତି। ସେ ବୈଦେଶିକ ବ୍ୟାପାର, ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ସମେତ ପ୍ରମୁଖ ସଂସଦୀୟ ସ୍ଥାୟୀ କମିଟିରେ ମଧ୍ୟ କାର୍ଯ୍ୟ କରିଛନ୍ତି।

Related posts

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ

mahabharatanews

ଭାଙ୍ଗିଲା ଶ୍ରଦ୍ଧା କପୁରଙ୍କ ଗୋଡ଼

mahabharatanews

“ଏସପି ଏବଂ କଂଗ୍ରେସ ମୁସଲମାନମାନଙ୍କ ପାଇଁ କିଛି କରିନାହାଁନ୍ତି”; ମୋଦି

mahabharatanews