ଓଡିଶା

ଶୃଙ୍ଖଳା କମିଟି ବୈଠକ; ଅଣସୁପକାରଙ୍କୁ ଆନନ୍ଦ ବଜାର ମନା 

(ପୁରୀ) : ଶ୍ରୀମନ୍ଦିରରେ ଆନନ୍ଦବଜାର ଶୃଙ୍ଖଳା ନେଇ ଶ୍ରୀମନ୍ଦିର ସ୍ଵତନ୍ତ୍ର ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଅନୁଷ୍ଠିତ ଶୃଙ୍ଖଳା କମିଟି ବୈଠକରେ ଗୁରୁତତ୍ୱପୂର୍ଣ୍ଣ ଆଲୋଚନା ହୋଇଛି। ତେବେ ଭକ୍ତଙ୍କ ପାଇଁ ମହାପ୍ରସାଦ ଦର ତାଲିକା ଚୂଡ଼ାନ୍ତ ହୋଇନାହିଁ। ସେହିପରି ଭକ୍ତଙ୍କୁ ମାଗଣା ମହାପ୍ରସାଦ ବଣ୍ଟନ ନେଇ ମଧ୍ୟ କୌଣସି ନିଷ୍ପତ୍ତି ହୋଇନାହିଁ ।

ସୂଚନାନୁଯାୟୀ,  ଆନନ୍ଦ ବଜାରରେ ଅଣ ସୁଆରଙ୍କୁ ଚିହ୍ନଟ କରି ବାହାର କରିଦିଆଯାଇଛି । କେବଳ ସୁଆର ମହାସୁଆରଙ୍କୁ ସହାୟତା କରିବା ପାଇଁ ୨ ଜଣ ସହାୟକ ନିୟୋଜିତ ରହିବେ । ଭକ୍ତଙ୍କ ପାଇଁ ପର୍ଯ୍ୟାପ୍ତ ପାନୀୟ ଜଳ, ଆନନ୍ଦ ବଜାରରେ ହେଲ୍ପ ଡେସ୍କ ଗଠନ, ଆନନ୍ଦ ବଜାରରେ ସଫେଇ ଓ ସ୍ବଚ୍ଛତା ପ୍ରତି ଗୁରୁତ୍ଵ ଦେବା, ଜରି କାଢି ଶେଡ୍ ର ବ୍ୟବସ୍ଥା ପାଇଁ ସୁଆର ମହାସୁଆର ନିଯୋଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଭଲ ଘିଅ ଅର୍ଥାତ୍ ଓମଫେଡ୍ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ଆଜି ବୈଠକରେ ଆଲୋଚନା ହୋଇଛି । ବିଶେଷ କରି ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ ଅଣସୁପକାର ଓ ଅଣସେବାୟତଙ୍କ ଆନନ୍ଦବଜାର ପ୍ରବେଶ ଉପରେ ରୋକ ଲଗାଯାଇଛି ।

Related posts

ଆଜି ପାଟଣାରେ ସପ୍ତାହାନ୍ତ ସଟଡାଉନ

mahabharatanews

ବଲାଙ୍ଗୀର ଅଗ୍ରସେନ ଭବନ ରେ ଧୁମ ଧାମ ରେ ପାଳନ ହେଲା ମହାବୀର ଜୟନ୍ତୀ

mahabharatanews

ଅମାନିଆଙ୍କ ଠାରୁ ଜରିମାନା ଆଦାୟ

mahabharatanews