ଅପରାଧ

ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ମୃତ

(ମହାଭାରତ, ବଲାଙ୍ଗୀର): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଦୁଇ ଭାଇଙ୍କ ମଧ୍ୟରେ ବଚସା ଉଗ୍ରରୂପ ନେବା ପରେ ବଡ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ପ୍ରାଣ ହରାଇଛି । ମିଳିଥିବା ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଦୁଇ ଭାଇ (ଶରତ ଓ ଦେବରାମ)ଙ୍କ ମଧ୍ୟରେ କୌଣସି ଏକ ବିଷୟକୁ ନେଇ କଥା କଟାକଟି ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବଡ ଭାଇ ଶରତ ସାନ ଭାଇ ଦେବରାମକୁ ଟାଙ୍ଗିଆରେ ଏକାଧିକବାର ଚୋଟ ପକାଇଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଦେବରାମ ପ୍ରାଣ ହରାଇଥିଲେ । ସାନଭାଇର ମୃତ୍ୟୁ ହୋଇଥିବା ଜାଣି ପାରି ବଡ ଭାଇ ଶରତ ସେଠାରୁ ଫେରାର ହୋଇଯାଇଥିଲେ । ପରିବାର ଲୋକେ କଣ୍ଟାବାଞ୍ଜୀ ଡାକ୍ତରଖାନାରେ ଦେବରାମଙ୍କୁ ଭର୍ତ୍ତି କରାଯିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥଲେ । ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିନ୍ତୁ କେଉଁ କଥାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଲା ତାହା ଏଯାଏ ଜଣାପଡି ନାହିଁ ।

Related posts

ପାଉଁଶ ଟ୍ରକ୍ ପରିବହନରେ ଚାନ୍ଦା ଆଦାୟକୁ ନେଇ ଗୋଷ୍ଠୀ ସଂଘର୍ଷ

mahabharatanews

ବିବାହିତା ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

mahabharatanews

ବିଡିଏ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews