ଅପରାଧଓଡିଶା

ଗାର୍ଲଫ୍ରେଣ୍ଡଙ୍କୁ ଆଇଫୋନ ଗିଫ୍ଟ ଦେବା ପାଇଁ କରୁଥିଲେ ଗଞ୍ଜେଇ ଚାଲାଣ

ଗାର୍ଲଫ୍ରେଣ୍ଡଙ୍କୁ ଜନ୍ମ ଦିନରେ ଆଇଫୋନ ଗିଫ୍ଟ ଦେବା ପାଇଁ ଟଙ୍କା ଜୋଗାଡ଼ କରିବା ଚକରରେ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଯୁବକ ମାଲକାନଗିରି ଜିଲ୍ଲାର MV–79 ଥାନା ପୋଲିସଙ୍କ ହାତରେ ଧରା ପଡ଼ିଛନ୍ତି । ଧରାପଡ଼ିଥିବା ଯୁବକ ଦୁଇଜଣ ଟି. ତ୍ରିନାଥ କୁମାର ଏବଂ ବି. ୟୁବାଚାରଣ ଆଦିତ୍ୟ ହୋଇଥିବା ବେଳେ ଉଭୟେ ତେଲେଙ୍ଗାନା ରାଜ୍ୟର ଖମ୍ମମ ଜିଲ୍ଲାର ବାସିନ୍ଦା ହୋଇ ଥିବା ନେଇ ସୂଚନା ।

ଶୁକ୍ରବାର ଦିନ ପେଟ୍ରୋଲିଂ ସମୟରେ MV–79 ପୋଲିସ ଟିମ୍ ଲାଛିପେଟା ଛକ ନିକଟରେ ଏକ ସନ୍ଦେହଜନକ ସ୍କୁଟିକୁ ଚେକିଙ୍ଗ କରିଥିଲେ । ସେଥିରେ ମୋଟ ୨୨ କିଲୋ ଗଞ୍ଜେଇ ମିଳିଥିଲା । ମଧ୍ୟରାତିରେ ସେମାନେ ଗଞ୍ଜେଇକୁ ଅନ୍ୟ ଅଞ୍ଚଳକୁ ନେଇ ଉଚ୍ଚ ମୂଲ୍ୟରେ ବିକି ଟଙ୍କା ଯୋଗାଡ଼ କରିବା ଚେଷ୍ଟା କରୁଥିବା ତଥ୍ୟ ମିଳିଛି । ପୋଲିସ ସୂତ୍ର ଅନୁସାରେ ଗଞ୍ଜେଇର ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷ ୫୦ ହଜାର ଟଙ୍କା ହେବା ସହିତ ଚାଲାଣରେ ବ୍ୟବହୃତ ଏକ୍ଟିଭା ସ୍କୁଟିକୁ ମଧ୍ୟ ଜବତ କରାଯାଇଛି । ତେବେ ଦୁଇ ଯୁବକ ଗାର୍ଲଫ୍ରେଣ୍ଡଙ୍କୁ ଜନ୍ମଦିନ ରେ ଆଇଫୋନ ଗିଫ୍ଟ ଦେବା ପାଇଁ ଟଙ୍କା ଜୋଗାଡ଼ କରିବା ଚକରରେ ଗଞ୍ଜେଇ ଚାଲାଣ କରୁଥିବା ନେଇ ସୂଚନା ଦେଲେ ଏମି.ଭି-୭୯ ଥାନା ଆଇଆଇସି ।

 

Related posts

ବାଇକ ଧକ୍କାରେ ବୃଦ୍ଧ ମୃତ

mahabharatanews

ଦନ୍ତା ଆକ୍ରମଣରେ ଯୁବକ ମୃତ

mahabharatanews

୨ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା , ୱାର୍ଣ୍ଣିଂ ଜାରି

mahabharatanews