ଓଡିଶା

ଗାଡି ଓଲଟି ସୁବର୍ଣ୍ଣପୁର ଏସପି ଆହତ

(ମହାଭାରତ, ସୋନପୁର) : ସୁବର୍ଣ୍ଣପୁର ଏସପିଙ୍କ ଗାଡି ବୁଧବାର ଦୁର୍ଘଟଣାଗ୍ରସ୍ତ ହୋଇଛି । ସମ୍ବଲପୁର-ସୋନପୁର ସକ୍କୋଲ ଢାବା ନିକଟରେ ଏହି ଦୁର୍ଘଟଣା ଘଟିଛି । ଏଥିରେ ଏସପି ଦେବୀପ୍ରସାଦ ଦାଶଙ୍କ ସମେତ ୩ ଜଣ ଆହତ ହୋଇଛନ୍ତି । ସକାଳ ପ୍ରାୟ ୧୦ଟା ବେଳେ ଏକ ବୋଲେରୋରେ ଏସପି ସୋନପୁର ଆସୁଥିଲେ । ଏହି ସମୟରେ ସିଣ୍ଢୋଲ ଢାବା ନିକଟରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା । ଏଥିରେ ଏସପିଙ୍କ ସମେତ ତାଙ୍କ ଡ୍ରାଇଭର ଓ ଆଉ ଜଣେ ଆହତ ହୋଇଥିଲେ । ସେମାନଙ୍କୁ ସୋନପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

Related posts

ବ୍ୟାଙ୍କର ନାରାୟଣ ବଘୁଲଙ୍କ ଦେହାନ୍ତ

mahabharatanews

ଗଛରେ ପିଟିହେଲା କାର୍‌, ୬ ମୃତ

mahabharatanews

କଣିହାଁ ବ୍ଲକର ସମସ୍ତ ଏନଆରଆଇଜିଏସ କାମରେ ଶ୍ରମିକ ବଦଳରେ ମେସିନ କରୁଛି କାମ

mahabharatanews