ଓଡିଶା

ଆରମ୍ଭ ହେଲା ଉଚ୍ଛେଦର ଦ୍ୱିତୀୟ ପର୍ଯ୍ୟୟ

(ପ୍ରିୟଦର୍ଶନୀ ସ୍ୱାଈଁ/ମହାଭାରତ): ଆରମ୍ଭ ହେଲା ଶ୍ରୀମନ୍ଦିର ଚତୁଃପାଶ୍ୱର୍ କୋଠାବାଡ଼ି ଉଚ୍ଛେଦର ଦ୍ୱିତୀୟ ପର୍ଯ୍ୟୟ । ଆଜି ପ୍ରଥମେ ଶ୍ରୀମନ୍ଦିର ନିକଟରେ ଥିବା ପୌରସଂସ୍ଥା ଡାକ୍ତରଖାନା ଭଙ୍ଗା ଆରମ୍ଭ ହୋଇଛି। ଉଚ୍ଛେଦ କାର୍ୟ୍ୟରେ ସମୁଦାୟ ୯ଟି ଜେସିବି ଲଗାଯାଇଛି। ଉପଜିଲ୍ଲାପାଳ ଭବତାରଣ ସାହୁ, ଅତିରିକ୍ତ ଜିଲ୍ଲାପାଳ ବିନୟ ଦାସ, ପୌରସଂସ୍ଥାର କାର୍ୟ୍ୟନିର୍ବାହୀ ଅଧିକାରୀ ବିଜୟ ଦାସ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି। ଶ୍ରୀମନ୍ଦିରର ସୌନ୍ଦ୍ରର୍ଯ୍ୟ ନିମନ୍ତେ ୭୫ମିଟର ଯାଏଁ ଥିବା ସ୍ଥାନରେ ସମସ୍ତ ସରକାରୀ ଓ ବେସରକାରୀ କୋଠବାଡ଼ି ଏବଂ ମଠ ଆଦି ଉଚ୍ଛେଦ ନିଷ୍ପତି ହୋଇଥିôଲା । ପ୍ରଥମ ପର୍ଯ୍ୟୟରେ କେତେକ କୋଠାବାଡ଼ି ଏବଂ ମଠ ଉଚ୍ଛେଦ ହୋଇଛି । ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ଶ୍ରୀମନ୍ଦିର ଥାନା ପୁଲିସ ଉପସ୍ଥିତ ରହିବା ସହ ୪ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ କରାଯାଇଛି।

Related posts

ଆସନ୍ତାକାଲି ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ

mahabharatanews

ବାସି ଖାଦ୍ୟ ଖାଇ ୪୫ ଭିନ୍ନକ୍ଷମ ଛାତ୍ରଛାତ୍ରୀ ଅସୁସ୍ଥ

mahabharatanews

ଅବହେଳା ପାଇଁ ୨ଜଣ ପୋଲିଂ ଅଧିକାରୀ ସସପେଣ୍ଡ

mahabharatanews