ଭାରତ

ପରଲୋକରେ ପାୱାର ପଏଣ୍ଟର ସହ ସ୍ରଷ୍ଟା 

(ଦିଲ୍ଲୀ) : ପରଲୋକରେ ପାୱାର ପଏଣ୍ଟର ସହ ସ୍ରଷ୍ଟା  ତଥା ପ୍ରମୁଖ ଡେଭଲପର ଡେନିସ ଅଷ୍ଟିନଙ୍କର ଲସ୍‌  ଆଲତୋସ । କାଲିଫର୍ନିଆସ୍ଥିତ ବାସଭବନରେ ୭୬ ବର୍ଷ  ବୟସରେ ଦେହାନ୍ତ ହୋଇଛି । ସେ କ୍ୟାନସରରେ ପୀଡିତ  ଥିଲେ ।

ସୂଚନାନୁଯାୟୀ , ସଫ୍ଟୱେର ଡେଭଲପର ଭାବେ କାମ କରିବା ଆଗରୁ ଏମ୍‌ଆଇଟି, ୟୁସି  ସାନ୍ତା ବାର୍ବାରା ଭଳି ପ୍ରମୁଖ ବିଶ୍ୱବିଦ୍ୟାଳୟରେ ସେ ଶିକ୍ଷାଲାଭ କରିଥିଲେ । ଫୋରଥଟ ନାମକ ସଫ୍ଟୱେର କମ୍ପାନିରେ ସେ  ଯୋଗ ଦେବା ସହ ପାୱାର ପଏଣ୍ଟ ବିକାଶର ପ୍ରମୁଖ ପୁରୋଧା  ଥିଲେ । ୧୯୮୭ରେ ଏହି କମ୍ପାନି ପାୱାରପଏଣ୍ଟ ସଫ୍ଟୱେର  ବିକଶିତ କରିଥିଲା । ଯାହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ମାଇକ୍ରୋସଫ୍ଟ  କ୍ରୟ କରିନେଇଥିଲା । ଡେଭଲପର ଭାବେ ସେ ୧୯୮୫ରୁ  ୧୯୯୬ ଯାଏ କାମ କରିଥିଲେ ।

Related posts

୨୨ଦିନରେ ଇସ୍ରାଏଲ୍ ହାମାସ୍ ଯୁଦ୍ଧ

mahabharatanews

କମିଲା ବ୍ୟବସାୟିକ ସିଲିଣ୍ଡରର ଦର

mahabharatanews

କର୍ଣ୍ଣାଟକ କଂଗ୍ରେସର ‘ଖାଲି ଲୋଟା’ 

mahabharatanews