ଭାରତ

୮ ଘଣ୍ଟା ଧରି ଅଫିସରେ ଅଚଳାବସ୍ଥା ଜାରି 

(ଦିଲ୍ଲୀ) :  ଗୁଗଲ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। କମ୍ପାନିର କାଲିଫର୍ଣ୍ଣିଆ ମୁଖ୍ୟାଳୟରେ କର୍ମଚାରୀମାନଙ୍କ ଏକ ବିକ୍ଷୋଭ ଯୋଗୁଁ ପ୍ରାୟ ୮ ଘଣ୍ଟା ଧରି ଅଫିସର ଅଚଳାବସ୍ଥା ଜାରି ରହିଥିଲା । ତେବେ ଅଜବ କଥା ହେଉଛି ସେହି କର୍ମଚାରୀମାନେ ଦରମା ବୃଦ୍ଧି କିମ୍ବା ଅନ୍ୟ ସୁବିଧାସୁଯୋଗ ପାଇଁ ବିକ୍ଷୋଭ କରୁନଥିଲେ।

ସୂଚନାନୁଯାୟୀ , ସେମାନେ ଦାବି କରୁଥିଲେ ଯେ ଗୁଗୁଲ ଗୁଗୁଲ ଇସ୍ରାଏଲ ସରକାରଙ୍କ ସହ କାମ କରିବା ବନ୍ଦ କରିଦେଉ। ରାଜନୈତିକ ଦାବିକୁ ନେଇ କୌଣସି କମ୍ପାନିର କର୍ମଚାରୀଙ୍କ ଏହା ବୋଧହୁଏ ପ୍ରଥମ ବଡ଼ ବିକ୍ଷୋଭ ହେବ। ତେବେ ପରବର୍ତ୍ତୀ ସମୟରେ ଏହି କର୍ମଚାରୀମାନଙ୍କୁ ମଧ୍ୟ ଗିରଫ କରାଯାଇଛି। ସେଠାରେ ସେ ୮ ଘଣ୍ଟା ରହି ଇସ୍ରାଏଲ ସରକାରଙ୍କ ସହ ସମ୍ପର୍କ ଛିନ୍ନ କରିବାକୁ ଦାବି କରିଥିଲେ। ଏହି ବିକ୍ଷୋଭରେ ଅନେକ କର୍ମଚାରୀ ସାମିଲ ହୋଇଥିଲେ। କଂପାନିର କାଲିଫର୍ଣ୍ଣିଆ ଓ ନ୍ୟୁୟର୍କ କାର୍ଯ୍ୟାଳୟରେ ମଧ୍ୟ ସମାନ ବିକ୍ଷୋଭ ଦେଖିବାକୁ ମିଳିଛି। ୮ ଘଣ୍ଟା ପରେ ବି ସେମାନେ ଆନ୍ଦୋଳନ ବନ୍ଦ ନ କରିବାରୁ ସେମାନଙ୍କୁ ଗିରଫ କରାଯାଇଥିଲା।

Related posts

ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୦୦୭ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ଜଳମଗ୍ନ ଦିଲ୍ଲୀ: ନାହିଁ ବିଦ୍ୟୁତ, ହୋଇପାରୁନି ଯାତାୟାତ ସୁବିଧା

mahabharatanews

ସେନା ଗୁଳିରେ ଜଣେ ଆତଙ୍କବାଦୀ ନିହତ  

mahabharatanews