ଓଡିଶା

ଶାନ୍ତିପଡାରେ ଏକ ଆତ୍ମହତ୍ୟା

(ମଧୂସୁଦନ ବହିଦାର) ବଲାଙ୍ଗୀର : ଗତକାଲି ସନ୍ଧ୍ୟା ୫ଟା ସମୟରେ ବଲାଙ୍ଗୀର ସ୍ଥିତ ଶାନ୍ତିପଡା ରେ ରହୁଥିବା ଝରଣା ସାହୁ, ବୟସ ୨୬ ହୋଇଥିବା ବେଳେ ସେ ଘର ଭିତର ପଟୁ କବାଟ ବନ୍ଦ କରି ବେକରେ ରସି ଲଗେଇ ଆତ୍ମହତ୍ୟା କରିଛନ୍ତି। ଝରଣାଙ୍କ ନିଜ ବାପାଘର ମଧ୍ୟ ସେହି ପଡ଼ାରେ ଅବସ୍ଥିତ। ତାଙ୍କ ବାହା ହେବା ୭ବର୍ଷ ହୋଇଥିବା ବେଳେ ତାଙ୍କ ଗୋଟିଏ ୬ବର୍ଷର ଶିଶୁପୁତ୍ର ଅଛି। ତାଙ୍କ ସ୍ୱାମୀ ଜୀବର୍ଧନ ସାହୁଙ୍କ ସହିତ ମଧ୍ୟ ତାଙ୍କର କିଛି ସମ୍ପର୍କ ଖରାପ ନ ଥିଲା ବୋଲି ଜୀବର୍ଧନ କହିଛନ୍ତି। ଏବଂ ଏହି ଘଟଣାର ଖବର ପାଇ ବଲାଙ୍ଗୀର ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ଭୀମଭୋଇ ମେଡିକାଲ କୁ ଶବ ବ୍ୟବଛେଦ ପାଇଁ ପଠାଇଛି।

Related posts

ଘରକୁ ଘର ବୁଲି ବହି ବାଣ୍ଟିଲେ ଶିକ୍ଷକ

mahabharatanews

ଆସନ୍ତାକାଲି ଶ୍ରୀମନ୍ଦିରରେ ପାଳିତ ହେବ ରକ୍ଷାବନ୍ଧନ ଉତ୍ସବ

mahabharatanews

ଗିଫ୍ଟ ଦୋକାନରେ ଗଞ୍ଜେଇ ବେପାର, ଦୋକାନୀ ଗିରଫ

mahabharatanews