ମନୋରଞ୍ଜନ

ବିବାହ କରିବାକୁ ଯାଉଛନ୍ତି ଚର୍ଚ୍ଚିତ ଯୋଡି ତମନ୍ନା ଭାଟିଆ ଏବଂ ବିଜୟ ବର୍ମା

(ମୁମ୍ବାଇ) : ବଲିଉଡ ଅଭିନେତା ବିଜୟ ବର୍ମା ଏବଂ ଅଭିନେତ୍ରୀ ତମନ୍ନା ଭାଟିଆ ଦୀର୍ଘ ଦିନ ଧରି ପରସ୍ପରକୁ ଡେଟ କରୁଥିବା କଥା କାହାକୁ ଅଛପା  କିନ୍ତୁ ବର୍ତ୍ତମାନ ଖବର ରହିଛି ଯେ ଉଭୟ ଖୁବ୍ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ୱେବ୍ ସିରିଜ୍ ‘ଲଷ୍ଟ୍ ଷ୍ଟୋରୀ ୨’ରେ ତମନ୍ନା ଭାଟିଆ ଏବଂ ବିଜୟ ବର୍ମାଙ୍କୁ ପ୍ରଥମ ଥର ଏକାଠି ଦେଖିବାକୁ ମିଳିଥିଲା ​​। ଯେଉଁଥିରେ ଏହି ଯୋଡିର କେମେଷ୍ଟ୍ରି ସମସ୍ତଙ୍କୁ ମତୁଆଲା କରିଥିଲା । ଉଭୟଙ୍କ ରୋମାନ୍ସ ଫ୍ୟାନ୍ସଙ୍କୁ ବେଶ୍ ପସନ୍ଦ ଆସିଥିଲା ।
ସୂଚନାନୁଯାୟୀ ,  ବର୍ତ୍ତମାନ ଉଭୟଙ୍କ ପିତାମାତା ବିବାହ ପାଇଁ ସେମାନଙ୍କ ଉପରେ ଚାପ ପକାଉଛନ୍ତି। ଏହି ଷ୍ଟାର କପଲଙ୍କ ପିତାମାତା ପରସ୍ପରକୁ ଭେଟି ସେମାନଙ୍କ ବିବାହ ପାଇଁ ଯୋଜନା କରୁଛନ୍ତି । ହେଲେ ଏପର୍ଯ୍ୟନ୍ତ ଏହି ଷ୍ଟାର କପଲଙ୍କ ପକ୍ଷରୁ କୌଣସି ଅଫିସିଆଲ ବିବୃତ୍ତି ଜାରି କରାଯାଇ ନାହିଁ ।   ତମନ୍ନା  କହିଛନ୍ତି , ମୁଁ ହିସାବ କରିଥିଲି ଏବଂ ଯୋଜନା କରିଥିଲି ଯେ ୩୦ ବର୍ଷ ବୟସରେ ମୁଁ ବିବାହ କରିବି ଏବଂ ମୋ ଜୀବନରେ ସ୍ଥିର ହୋଇଯିବି ।

Related posts

OTT’ପ୍ଲାଟଫର୍ମରେ ଧମାଲ କରୁଛି ଫିଲ୍ମ ‘ଫାଇଟର୍’

mahabharatanews

ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଥାପିବେ ଭାରତୀୟ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ

mahabharatanews

 ଅଯୋଧ୍ୟାରେ ପ୍ରିୟଙ୍କା ଚୋପ୍ରା ଓ ନିକ ଜୋନସ 

mahabharatanews