ଭାରତ

ଉତ୍ତରପ୍ରଦେଶରେ ଭୟଙ୍କର ସଡକ ଦୁର୍ଘଟଣା

ଇଟାୱା : ଉତ୍ତରପ୍ରଦେଶର ଇଟାୱା ଜିଲ୍ଲାରେ ଆଜି ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି। ଆଜି ଅପରାହ୍ନରେ ଏକ ଟ୍ରକ ସହ କାର ଧକ୍କା ହେବା ଫଳରେ ପ୍ରାୟ ୫ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ଜଣ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, କାରର ଟାୟାରଟି କୌଣସି କାରଣରୁ ଫାଟିଯିବା ଯିବାରୁ ଗାଡିଟି ଅନିୟନ୍ତ୍ରିତ ହୋଇଯାଇଥିଲା। ଯାହା ଫଳରେ ଗାଡ଼ିଟି ଅନିୟନ୍ତ୍ରିତ ଅବସ୍ଥାରେ ଟ୍ରକ ସହ ଧକ୍କା ହୋଇଥିଲା | ସମସ୍ତ ମୃତ ବ୍ୟକ୍ତି ଇଟାୱା ଜିଲ୍ଲାର ଜସୱନ୍ତନଗରର ରାଧିକା ଫଟୋ ଷ୍ଟୁଡିଓରେ କାମ କରୁଥିବା ସୂଚନା ମିଳିଛି | ତେବେ ଘଟଣାରେ ଆହତ ପାଞ୍ଚ ଜଣଙ୍କୁ ସାଇଫାଇର ଏକ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଛି। ଗୁରୁତର ଆହତ ମାନେ ବର୍ତ୍ତମାନ ଭେଣ୍ଟିଲେଟର ସାହାରାରେ ଅଛନ୍ତି | ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ତେବେ ଇଟାୱା ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ୱିଟ ଯୋଗେ ସମବେଦନା ଜଣାଇଛନ୍ତି।

Related posts

ତାମିଲନାଡୁରେ ପ୍ରବଳ ବର୍ଷା; ଆଜି ସ୍କୁଲ ଛୁଟି

mahabharatanews

ଆସନ୍ତାକାଲି ଲଞ୍ଚ ହେବ  ଚନ୍ଦ୍ରଯାନ-୩

mahabharatanews

ଜାମ୍ମୁରେ ଆତଙ୍କବାଦୀ ଆକ୍ରମଣ: ସିଆଇଏଫର ଏକ ବସ ଉପରକୁ ଆକ୍ରମଣ କରିଛନ୍ତି ଆତଙ୍କବାଦୀ

mahabharatanews