ଓଡିଶା

ଅଂଶୁଘାତ ପାଇଁ ଚାଲିଗଲା ଯୁବକ ଜୀବନ,ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ: ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ତିରିଂ ଥାନା ଅନ୍ତର୍ଗତ ଗିତିଲତା ପଞ୍ଚାୟତର ଗିତୀଲତା ଗ୍ରାମର ଅଜୟ ଦେଓଗନ(୨୨) ରବିବାର ଦିନ ଅପରାହ୍ନ ୩.୩୦ ଘରେ ପହଞ୍ଚି ଅସୁସ୍ଥ ଅନୁଭବ କରିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ରାଇରଙ୍ଗପୁର ହସ୍ପିଟାଲକୁ ଅଣା ଯାଇଥିଲା । ରାସ୍ତାରେ ପ୍ରାଣବାୟୁ ଉଡି ଯାଇଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ଏହାକୁ ନେଇ ତିରିଂ ଥାନାରେ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୯/୨୩ ରୁଜୁ ହୋଇଥିଲା । ପୋଲିସ ସୋମବାର ଦିନ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି । ଗାଁ ରେ ଶୋକରେ ଛାୟା ଖେଳି ଯାଇଥିବା ବେଳେ ପରିବାର ଲୋକେ ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି ।

Related posts

ଏହି କାରଣରୁ ବ୍ୟାପୁଛି ସ୍କ୍ରବ୍ ଟାଇଫସ୍‌

mahabharatanews

ବାଣ ଦୁର୍ଘଟଣା ଘଟଣା; ମୁଖ୍ୟମନ୍ତ୍ରୀଙ୍କ ଉଦବେଗ ପ୍ରକାଶ

mahabharatanews

ଜଗଦୀପ ଧନଖଡ଼ ଦାଖଲ କଲେ ନାମାଙ୍କନ ପତ୍ର

mahabharatanews