ଅପରାଧ

କରୋନା ସମ୍ପର୍କରେ ମିଥ୍ୟା ଖବର ପୋଷ୍ଟ କରି ବନ୍ଧା ହେଲେ ଯୁବକ

(ମହାଭାରତ ): ଫେସବୁକ୍‌ରେ କରୋନା ସମ୍ପର୍କରେ ମିଥ୍ୟା ଖବର ପୋଷ୍ଟ କରିବାରୁ ରାଉରକେଲା ପ୍ଲାଣ୍ଟ ସାଇଟ୍‌ ଥାନା ପୁଲିସ୍‌ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଗିରଫ ଯୁବକଙ୍କ ନାଁ ମହମ୍ମଦ ନସିମ ଅଖତାର। ତାଙ୍କ ଘର କୁରେସି ମହଲାରେ । ମହମ୍ମଦ ନସିମ ଫେସବୁକ୍‌ରେ ପୋଷ୍ଟ କରିଥିବା ଏକ ମିଛ ଖବର ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲା । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ନସିମଙ୍କୁ ଆଜି ଗିରଫ କରିଛି। ଏଥିସହ ନସିମଙ୍କ ମୋବାଇଲକୁ ପୁଲିସ୍‌ ଜବତ କରିଛି।

Related posts

୪ ଜଣ ପୋଲିସ କର୍ମଚାରୀ ଦୁଷ୍କର୍ମ କରିଥିବା ଅଭିଯୋଗ

mahabharatanews

ଭିଜିଲାନ୍ସ ଜାଲରେ କୁବେର କିରାଣି

mahabharatanews

ପ୍ରିନ୍ସପାଲଙ୍କ ପିଲାଚୋରୀ

mahabharatanews