ଓଡିଶା

ନୂଆପଡାରେ ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିବ ପଦଯାତ୍ରା

ନୂଆପଡା /ରଘୁ ନାଗ :ଅକ୍ଟୋବର ୨ ତାରିଖ ଗାନ୍ଧୀ ଜୟନ୍ତୀ ଠାରୁ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଥିଲା ଜନ ସମ୍ପର୍କ ପଦଯାତ୍ରା । ନୂଆପଡା ଜିଲ୍ଲା ବିଜୁ ଜନତା ଦଳ ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରାର୍ଥୀ ଲମ୍ବୋଦର ନିଆଲଙ୍କ ନେତୃତ୍ବରେ ବୋଡେ଼ନ ବ୍ଲକ ବିଜୁ ଜନତା ଦଳ ଖଡ଼ିଆଳ ନିର୍ବାଚନ ମଣ୍ଡଳୀ ଜ଼ିଲ୍ଲା ପରିଷଦ ଜୋନ ନମ୍ବର – ୧୦ ଟେମରି, ଗ୍ରାମରୁ ପଦଯାତ୍ରା,ଜାମବାହାଲି ,ମହୁଲପଡା ,ମାକରବିର୍ଲି ,ସିର୍ଲି , ନାଗପଡା, ପଞ୍ଚାୟତ ର ବିଭିନ୍ନ ଗାଁରେ ପହଞ୍ଚି ଜନ ସମ୍ପର୍କ ବାବଦରେ ସଚେତନ କରାଇଥିଲେ ।ଏଥିରେ ସହ ପର୍ୟ୍ୟବେକ୍ଷକ ଶ୍ରୀଯୁକ୍ତ ହରେକୃଷ୍ଣ ସଢଙ୍ଗୀ ୧୦ ନଂ ଜୋନ ର ଜ଼ିଲ୍ଲା ପରିଷଦ ତଥା ଅଧ୍ୟକ୍ଷ୍ୟ ଜ଼ିଲ୍ଲା ପରିଷଦ ଶ୍ରୀମତୀ ଡଲି ମାଝୀ,୧୧ ନଂ ଜୋନ ର ଜ଼ିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ସୃତି ସିଂ ମାଝୀ, ଜ଼ିଲ୍ଲା ଛାତ୍ର ସଭାପତି ଶ୍ରୀ ଅମିତ ସିଂହ ଦେଓ,ଯୁବ ସଭାପତି ବୋଡେ଼ନ ବ୍ଲକ ଶ୍ରୀଯୁକ୍ତ ଦିକପାଳ ନାଗ, ବୋଡେ଼ନ ବ୍ଲକ ସଭାପତି ଶ୍ରୀଯୁକ୍ତ ଲୋକନାଥ ଛତ୍ରିଆ, ମହିଳା ସଭାପତି ମିନତୀ କାଣ୍ଡ, ଛାତ୍ର ସଭାପତି ଅଭିଳାଷ ଗୁଆଲ, ରିଖୀ କାଣ୍ଡ, ରାଜୁ ସିଂ ମାଝୀ, ଆଇନଯିବି ଯୋଗେନ୍ଦ୍ର ମାଝୀ,ଗଜାନନ ବାଗ,ଘନସୁନ୍ଦର ବାଗ, ଦେବରାଜ ବେହେରା, ଲୋଚନ ବାଗ,ନେତ୍ରାନନ୍ଦ ବେହେରା,ଜିକେ ବାଗ, ହିମାଂଶୁ ମାଝୀ, ପ୍ରଶାନ୍ତ ପୁରୋହିତ, ଟେମରି ଗ୍ରାମ ର ୱାର୍ଡ ମେମ୍ବର ଶ୍ରୀମତୀ-ଟିକେମନି ମାଝି, ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଯୋଗେନ୍ଦ୍ର ପାଣ୍ଡେ(ଟିଟୁ), ଅଚୁତା ରାଉତ,ଅନ୍ତରାମ ଚିନ୍ଦା ୱାର୍ଡ ମେମ୍ବର ,କାହ୍ନୁ ସୁନାନୀ ଉପସ୍ଥିତ ଥିଲେ ।ଏହି ସଭାରେ ପ୍ରଥମେ ଗାଁ ଗୁଡିକରେ ଲାଗି ରହିଥିବା ସାମୂହିକ ସମସ୍ୟା ଓ ତାର ସମାଧାନ ଦିଗରେ ବିଚାର କରିଛନ୍ତି । ପରେ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଫଳ ରୂପାୟନ ସମ୍ପର୍କରେ ଲୋକଙ୍କୁ ବୁଝାଇଛନ୍ତି । ତେବେ ଏହି ଜନ ସମ୍ପର୍କ ପଦଯାତ୍ରା ନଭେମ୍ବର ୨ ତାରିଖରେ ଶେଷ ହେବ ବୋଲି ଶ୍ରୀ ଲମ୍ବୋଦର ନିଆଲ ସୂଚନା ଦେଇଛନ୍ତି ।

Related posts

ଦୁଃଖ କଷ୍ଟକୁ ପଛରେ ପକାଇ ଆଠଗଡ ପାଳନ କରାଯାଇଛି ଶ୍ରମିକ ଦିବସ

mahabharatanews

ଜନତା କର୍ଫ୍ୟୁ ପାଇଁ ଉଦଳାରେ ରାସ୍ତା ଶୂନଶାନ୍

mahabharatanews

ଜାତୀୟ ସବ୍ ଜୁନିଅର ବ୍ୟାଡ଼ମିଣ୍ଟନ ଚାମ୍ପିଅନସିପରେ ଓଡ଼ିଆ ଝିଅଙ୍କ କମାଲ୍

mahabharatanews