ଓଡିଶାଭାରତ

ପିକେଟିଂ କରି ପେଟ୍ରୋଲ ପମ୍ପକୁ ବନ୍ଦ କଲେ ଆନ୍ଦୋଳନକାରୀ

ବ୍ୟୁରୋ: କେନ୍ଦ୍ରୀୟ ଟ୍ରେଡ ୟୁନିୟନଙ୍କ ଭାରତ ବନ୍ଦ ଡାକରାରର ଆଜି ହେଉଛି ଦ୍ୱିତୀୟ ଦିନ । ଦ୍ୱିତୀୟ ଦିନ ଜୋରଜବରଦସ୍ତ ପେଟ୍ରୋଲ ପମ୍ପକୁ ବନ୍ଦ କଲେ ଆନ୍ଦୋଳନକାରୀ । ରାଜଧାନୀରେ ଏଭଳି ବିଭିନ୍ନ ଚିତ୍ର ସାମ୍ନାକୁ ଆସୁଛି । ଗତକାଲି ଆନ୍ଦୋଳନକାରୀଙ୍କ ଭୟରେ ସକାଳୁ ବନ୍ଦ ଥିଲା ବିଭିନ୍ନ ପେଟ୍ରୋଲ ପମ୍ପ । ପରେ କିନ୍ତୁ ରାତିରେ ପେଟ୍ରୋଲ ପମ୍ପଗୁଡ଼ିକୁ ଖୋଲି ଦିଆଯାଇଥିଲା । ଆଜି ସକାଳୁ ପେଟ୍ରୋଲ ପମ୍ପ ଖୋଲା ଥିବା ଦେଖି ପିକେଟିଂ କରି ଏହାକୁ ବନ୍ଦ କରୁଥିବା ଦେଖିବାକୁ ମିଳିଛି ।

ପ୍ରଥମ ଦିନର ବନ୍ଦ ଡାକରାବେଳେ ଲୋକମାନଙ୍କୁ ବିଶେଷ କିଛି ପ୍ରଭାବ ପଡ଼ି ନଥିଲା । କିଛି ସ୍ଥାନରେ ସମାନ୍ୟ ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । ପେଟ୍ରୋଲ ପମ୍ପ ବନ୍ଦ ଥିବା ଯୋଗୁଁ ବାହାରେ ପେଟ୍ରୋଲ ପକାଇବା ପାଇଁ ପଡ଼ୁଥିଲା । ଆଉ ଯେଉଁ ମାନେ ପେଟ୍ରୋଲ ବିକୁଥିଲେ ସେମାନଙ୍କ ଦର ଦାମ ବହୁତ ଉଦ୍ଧ୍ୱ ରଖିଥିଲେ । ଦୁଇ ଦିନିଆ ବନ୍ଦରେ ସାମିଲ ହୋଇଛନ୍ତି । ରାଜ୍ୟରେ ବିଭିନ୍ନ ସଂଗଠନ । ହେଲେ ଭାରତ ବନ୍ଦରେ ସାମିଲ ହୋଇନାହିଁ ଉତ୍କଳ ପେଟ୍ରୋଲିୟମ ସଂଘ । କିନ୍ତୁ କେନ୍ଦ୍ରୀୟ ସଂସ୍ଥା ଆଗରେ ଜୋରଦାର ଆନ୍ଦୋଳନ କରୁଛନ୍ତି ।

Related posts

ଆଜି ପଞ୍ଚଭୂତରେ ଲୀନ ହେବେ ଗୀତା ମେହେଟ୍ଟା

mahabharatanews

୨ରେ ବାତ୍ୟା ; ୭ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ 

mahabharatanews

ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକର ଜଣେ ନବମ ଶ୍ରେଣୀର ଛାତ୍ରୀ ସହ ପାଶବିକ ଅତ୍ୟାଚାର

mahabharatanews