ମୁୁମ୍ବାଇ: ସାରା ବିଶ୍ୱରେ କୋରୋନା ଭୂତାଣୁ ଆତଙ୍କ ମଧ୍ୟରେ ଆଜି ମଧ୍ୟାହ୍ନ ୩ଟାରୁ ମହାରାଷ୍ଟ୍ରର ସିରିଡି ସାଇ ମନ୍ଦିର ଭକ୍ତଙ୍କ ପ।ଇଁ ବନ୍ଦ କରାଯାଇଛି । ଏହି ନିୟମ ଆସନ୍ତା ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ । ସେହିପରି ମୁମ୍ବାଇସ୍ଥିତ ମୁମ୍ବାଦେବୀ ମନ୍ଦିରକୁ ମଧ୍ୟ ବନ୍ଦ କରିଦିଆଯାଇଛି । ମହାରାଷ୍ଟ୍ରରେ ଏକାଧିକ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିଭିନ୍ନ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ-୧୯ରେ ୩୯ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ରାଜ୍ୟରେ ଥିବା ବହୁ ମନ୍ଦିରକୁ ବନ୍ଦ କରି ଦିଆଯାଉଛି । ସେହି ସବୁ ମନ୍ଦିରରେ କସବା ଗଣପତି ମନ୍ଦିର, ଡଗଦେସେଥ ଶ୍ରୀମଦ୍ , ହାଲୱାଇ ଗଣପତି ମନ୍ଦିର ଆଦିକୁ କୋରୋନାକୁ ନେଇ ବନ୍ଦ କରି ଦିଆଗଲାଣି । ସେହିପରି ନୂଆଦିଲ୍ଲୀର କୁତବ ମିନାରକୁ ମଧ୍ୟ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି ।
