Uncategorized

ସିରିଡି ସାଇ ମନ୍ଦିର ଅନିର୍ଦ୍ଦିଷ୍ଟକାଳ ପାଇଁ ବନ୍ଦ

ମୁୁମ୍ବାଇ: ସାରା ବିଶ୍ୱରେ କୋରୋନା ଭୂତାଣୁ ଆତଙ୍କ ମଧ୍ୟରେ ଆଜି ମଧ୍ୟାହ୍ନ ୩ଟାରୁ ମହାରାଷ୍ଟ୍ରର ସିରିଡି ସାଇ ମନ୍ଦିର ଭକ୍ତଙ୍କ ପ।ଇଁ ବନ୍ଦ କରାଯାଇଛି । ଏହି ନିୟମ ଆସନ୍ତା ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ । ସେହିପରି ମୁମ୍ବାଇସ୍ଥିତ ମୁମ୍ବାଦେବୀ ମନ୍ଦିରକୁ ମଧ୍ୟ ବନ୍ଦ କରିଦିଆଯାଇଛି । ମହାରାଷ୍ଟ୍ରରେ ଏକାଧିକ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ବିଭିନ୍ନ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ବର୍ତ୍ତମାନ ପର୍ଯ୍ୟନ୍ତ କୋଭିଡ-୧୯ରେ ୩୯ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ରାଜ୍ୟରେ ଥିବା ବହୁ ମନ୍ଦିରକୁ ବନ୍ଦ କରି ଦିଆଯାଉଛି । ସେହି ସବୁ ମନ୍ଦିରରେ କସବା ଗଣପତି ମନ୍ଦିର, ଡଗଦେସେଥ ଶ୍ରୀମଦ୍ , ହାଲୱାଇ ଗଣପତି ମନ୍ଦିର ଆଦିକୁ କୋରୋନାକୁ ନେଇ ବନ୍ଦ କରି ଦିଆଗଲାଣି । ସେହିପରି ନୂଆଦିଲ୍ଲୀର କୁତବ ମିନାରକୁ ମଧ୍ୟ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରି ଦିଆଯାଇଛି ।

Related posts

ସାଧ୍ୱୀ ପ୍ରଜ୍ଞାଙ୍କ ଅଭିଯୋଗର ଜବାବ ଦେଲା ସ୍ପାଇସ ଜେଟ୍

mahabharatanews

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜଙ୍କୁ କରୋନା

mahabharatanews

ଶିକ୍ଷୟିତ୍ରୀଙ୍କୁ ଦଉଡିରେ ବାନ୍ଧି ପିଟିଲେ ଟିଏମସି ନେତା

mahabharatanews