ଓଡିଶା

ଅକ୍ଟୋବର ୧ ପୂର୍ବରୁ ହୀରାକୁଦ ଜଳସ୍ତର ଶୀର୍ଷରେ 

(ହୀରାକୁଦ) :  ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଶୀର୍ଷ ସ୍ତରକୁ ଛୁଇଁଛି। ସେପ୍‌ଟେମ୍ବର ୩୦ କିମ୍ବା ଅକ୍ଟୋବର ୧ ତାରିଖରେ ହୀରାକୁଦ ଜଳଭଣ୍ଡାର ଜଳସ୍ତର ଏହାର ଶୀର୍ଷ ସ୍ତରରେ ରଖାଯାଇଥାଏ। ଚଳିତ ବର୍ଷ ଏହା ଆଗରୁ ଏହି ସ୍ତରରେ ପହଂଚି ଯାଇଥାନ୍ତା। ଉପର ମୁଣ୍ଡରେ ପ୍ରବଳ ବର୍ଷା ହେବାରୁ କିଛିଦିନ ତଳେ ୨୪ଟି ସ୍ଲୁଇସ୍‌ ଗେଟ୍ ଖୋଲାଯାଇ ବନ୍ୟା ଜଳ ନିଷ୍କାସନ କରାଯାଇଥିଲା। ଗତକାଲି  ୨ଟି ଗେଟ୍ ଖୋଲା ରହିଛି।

ସୂଚନାନୁଯାୟୀ ,  ହୀରାକୁଦ ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ୍ ହୋଇଥିବା ବେଳେ ଗତକାଲି ସନ୍ଧ୍ୟା ୬ଟାରେ ଜଳସ୍ତର ୬୨୯.୧୨ ଫୁଟ୍ ରହିଛି। ହୀରାକୁଦ ଜଳଭଣ୍ଡାରକୁ ୧,୫୬,୭୧୬ କ୍ୟୁସେକ୍ ପ୍ରବେଶ କରୁଥିବା ବେଳେ ସର୍ବମୋଟ ୭୧,୧୫୦ କ୍ୟୁସେକ୍ ଜଳ ନିଷ୍କାସନ କରାଯାଉଛି। ସେଥିରୁ ସ୍ଲୁଇସ୍ ଗେଟ୍ ଦେଇ ୩୨,୭୩୦ କ୍ୟୁସେକ୍ ଓ ପାୱାର ଚାନେଲ ଦେଇ ୩୪,୯୯୩ କ୍ୟୁସେକ୍ ଜଳ ମହାନଦୀରେ ଛଡ଼ାଯାଇଛି।

Related posts

୫୦ ବସ୍ତା କୋଇଲା ଜବତ, ୧ ଗିରଫ

mahabharatanews

ଉପାସରେ ପ୍ରଭୁ ଶ୍ରୀ ଲିଙ୍ଗରାଜ

mahabharatanews

ଦିଆସିଲି କାଠିରେ ଶାଶ୍ୱତଙ୍କ ରେଡିଓ

mahabharatanews