ଭାରତମନୋରଞ୍ଜନ

ରିଲିଜ ହେଲା ଚଳଚ୍ଚିତ୍ର ‘ଖତ୍ରା, ଡେଞ୍ଜରିୟସ’ର ଟ୍ରିଜର

(ମୁମ୍ବାଇ) : ନିର୍ଦ୍ଦେଶକ ରାମ୍‌ ଗୋପାଲ ବର୍ମାଙ୍କ ବହୁ ଅପେକ୍ଷିତ ଚଳଚ୍ଚିତ୍ର ‘ଖତ୍ରା, ଡେଞ୍ଜରିୟସ’ର ଟ୍ରିଜର ବେଙ୍ଗାଲୁରୁର ଏକ ପଞ୍ଚତାରକା ହୋଟେଲରେ ରିଲିଜ୍‌ ହୋଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚଳଚ୍ଚିତ୍ରରେ ମୁଖ୍ୟ ନାୟିକା ଭୂମିକାରେ ଅଛନ୍ତି ଓଡ଼ିଆ ଝିଅ ଅପ୍‌ସରା ରାନୀ । ତାଙ୍କ ସହ ଅଛନ୍ତି ବେଙ୍ଗଲି ନାୟିକା ନ୍ୟେନା ଗାଙ୍ଗୁଲି ।

ସୂଚନାନୁଯାୟୀ , ସବୁବେଳେ ବିବାଦରେ ରହିଆସୁଥିବା ରାମୁ ଏଥର ମଧ୍ୟ ଏହି ଫିଲ୍ମ ପାଇଁ ଚର୍ଚ୍ଚାରେ ଅଛନ୍ତି । ଦୁଇଜଣ ଯୁବତୀଙ୍କ ମଧ୍ୟରେ ଗଢ଼ି ଉଠିଥିବା ପ୍ରେମ ସମ୍ପର୍କ ଓ ସମଲିଙ୍ଗି ବିବାହକୁ ଏହି ଚଳଚ୍ଚିତ୍ରରେ ସେ ଚିତ୍ରଣ କରିଛନ୍ତି । ଆସନ୍ତା ଏପ୍ରିଲ ୮ରେ ସିନେମାଟି ଦେଶ ବିଦେଶର ବିଭିନ୍ନ ହଲ୍‌ରେ ରିଲିଜ୍‌ ହେବାକୁଥିବାବେଳେ ଅପ୍‌ସରା ସିନେମାଟିକୁ ନେଇ ବେଶ୍‌ ଆଶାବାଦୀ ଅଛନ୍ତି ।

Related posts

ବାୟୁ ପ୍ରଦୂଷଣ: ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ 

mahabharatanews

ଆଜି ରାମଲଲାଙ୍କ ଦର୍ଶକ କରିବେ ଦ୍ରୌପଦୀ ମୁର୍ମୁ

mahabharatanews

‘ଗୋ ଫାଷ୍ଟ ଯାତ୍ରୀଙ୍କୁ ତୁରନ୍ତ ଟିକେଟ ଟଙ୍କା ଫେରାଅ ‘ : ଡିଜିସିଏ

mahabharatanews