ଓଡିଶା

ଡ୍ରାଇଭରଙ୍କ ଷ୍ଟ୍ରିୟରିଂ ଛାଡ଼ ଆନ୍ଦୋଳନର ସମାଧାନ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଡ୍ରାଇଭରଙ୍କ ଷ୍ଟ୍ରିୟରିଂ ଛାଡ଼ ଆନ୍ଦୋଳନ ଜାରି ରହିଛି । ଏନେଇ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରତିକ୍ରିୟା ରଖିଛନ୍ତି। ଟ୍ୱିଟ କରି ଏଥିରେ ମୁଖ୍ୟମନ୍ତ୍ରୀଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ କରିଛନ୍ତି। ତେବେ ଡ୍ରାଇଭର ବନ୍ଧୁମାନଙ୍କର ଦାବିକୁ ଗୁରୁତର ସହ ନେଇ ସମସ୍ତ ଡ୍ରାଇଭର ସଂଘ ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରିବାକୁ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର । ଟୁଇଟରରେ ଲେଖିଛନ୍ତି, ଓଡ଼ିଶାରେ ଦୁଇ ଦିନ ହେଲା ଡ୍ରାଇଭର ବନ୍ଧୁମାନଙ୍କର ଗୋଟିଏ ଆନ୍ଦୋଳନ ଆରମ୍ଭ ହୋଇଛି, ଯାହା ଦ୍ୱାରା ସାଧାରଣ ଲୋକଙ୍କ ଯାତାୟତ କିଛି ମାତ୍ରାରେ ବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳୁଛି। ଏ ଆନ୍ଦୋଳନ ଆଜିର ନୁହେଁ ପାଖାପାଖି ବର୍ଷକ ପୂର୍ବରୁ ଆରମ୍ଭ ହୋଇଥିଲା । ସେତେବେଳେ ଡ୍ରାଇଭର ମହାସଂଘ ଓ ସରକାରଙ୍କ ମଧ୍ୟରେ ଆଲୋଚନା ହୋଇ ଏହି ଆନ୍ଦୋଳନ ସ୍ଥଗିତ ରହିଲା ବୋଲି ଗଣମାଧ୍ୟମରୁ ଜାଣିବାକୁ ପାଇଥିଲି। କିଛି ଦିନ ପୂର୍ବରୁ ସମାନ ଦାବିକୁ ଦୋହରାଇ ଡ୍ରାଇଭର ବନ୍ଧୁମାନେ ଦଣ୍ଡବତ ଯାତ୍ରା କରିଥିଲେ।
ଡ୍ରାଇଭର ବନ୍ଧୁମାନଙ୍କର ସମାଜରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଓ ରହିବ ମଧ୍ୟ। ଏମାନେ ସମାଜରେ ଅସ୍ପୃଶ୍ୟ ନୁହଁନ୍ତି। ସେମାନେ ଆମମାନଙ୍କ ମଧ୍ୟରୁ ଜଣେ। ତାଙ୍କ ସହ ଭଲ ଭାବେ ରାଜ୍ୟ ସରକାର ଆଲୋଚନା ନ କରି ରାସ୍ତା ବାହାର ନ କରିବା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ।
ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରୁଛି, ଡ୍ରାଇଭର ବନ୍ଧୁମାନଙ୍କର ଦାବିକୁ ଗୁରୁତର ସହ ନେଇ ଆପଣଙ୍କ ଉପସ୍ଥିତିରେ ସମସ୍ତ ଡ୍ରାଇଭର ସଂଘ ସହ ଆଲୋଚନା କରି ସମାଧାନର ରାସ୍ତା ବାହାର କରନ୍ତୁ।

Related posts

ଚୋରି ଏବଂ ହଜିଯାଇଥିବା ମୋବାଇଲ୍ ଫୋନ୍‌ଗୁଡ଼ିକୁ “ଅପରେସନ୍ ରିକନେକ୍ଟ” ସଫଳତାର ସହ ଉଦ୍ଧାର କରିଛି

mahabharatanews

ରାସ୍ତା, ବାଇପାସ୍ ପ୍ରକଳ୍ପ ପରିଦର୍ଶନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍

mahabharatanews

ପବିତ୍ର ଜନ୍ମାଷ୍ଟମୀ ଅବସରରେ ନୟାପଲ୍ଲୀରେ ବୃକ୍ଷରୋପଣ

mahabharatanews