Uncategorized

ଘରେ ମାସ୍କ ପ୍ରସ୍ତୁତ କରି ପ୍ରେରଣା ପାଲଟିଲେ କେନ୍ଦ୍ର ମନ୍ତ୍ରୀଙ୍କ କନ୍ୟା, ପତ୍ନୀ

ମହାଭାରତ/ ଭୁବନେଶ୍ୱର: ସେ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ପତ୍ନୀ । କିନ୍ତୁ ବର୍ତ୍ତମାନ କରୋନା ତାଣ୍ଡବ ମଧ୍ୟରେ ମାସ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସେ ଘରେ ବସି ମାସ୍କ ତିଆରି କରିଛନ୍ତି । ଖାଲି ମନ୍ତ୍ରୀଙ୍କ ପତ୍ନୀ ନୁହଁନ୍ତି, ତାଙ୍କ ଝିଅ ମଧ୍ୟ ଏହି କାମ କରି ଏବେ ସାଧାରଣ ଜନତାଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

କରୋନା ସଂକ୍ରମଣକୁ ପ୍ରତିହତ କରିବାକୁ ମାସ୍କ ଏକ ଅତ୍ୟାବଶ୍ୟକ ସାମଗ୍ରୀ । କିନ୍ତୁ ବଜାରରେ ମାସ୍କର ଅଭାବ ରହିଛି । ଏହି ଅଭାବ ପୂରଣ କରିବା ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପତ୍ନୀ ଓ ତାଙ୍କ ଝିଅ ନିଜେ ଘରେ ମେସିନରେ ମାସ୍କ ପ୍ରସ୍ତୁତ କରୁଥିବାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ମଧ୍ୟ ନିଜେ ଧର୍ମେନ୍ଦ୍ର ପ୍ରଧାନ ଟୁଇଟ କରିଛନ୍ତି । ସେ ଟୁଇଟ କରି ଉଲ୍ଲେଖ କରିଛନ୍ତି, ବର୍ତ୍ତମାନର କଠିନ ପରିସ୍ଥିତିରେ ଆମ ସମସ୍ତଙ୍କୁ ନିଜ ପକ୍ଷରୁ ଉଦ୍ୟମ କରିବା ଆବଶ୍ୟକ । ମୁଁ ମୋ ସ୍ତ୍ରୀ ମୃଦୁଳା ଓ ଝିଅ ନୈମିଶା ପାଇଁ ଗର୍ବ ଅନୁଭବ କରୁଛି, ସେମାନେ ଆମର ମାସ୍କ ଅଭାବ ପୂରଣ କରିବାକୁ ଘରର ସମସ୍ତ ସଦସ୍ୟଙ୍କ ପାଇଁ ମାସ୍କ ପ୍ରସ୍ତୁତ କରିବା ସହ ଯେଉଁମାନଙ୍କର ଆବଶ୍ୟକତା ରହିଛି ସେମାନଙ୍କୁ ପ୍ରଦାନ କରୁଛନ୍ତି ।

Related posts

କେରଳରେ ଗୋଟିଏ ଦିନରେ ୧୨୭ କରୋନା ଚିହ୍ନଟ

mahabharatanews

ଜାଲିକାଟ୍ଟୁ ପ୍ରତିଯୋଗିତାରେ ୧ ମୃତ, ୧୫ ଆହତ

mahabharatanews

ମିଳିମିଳାକୁ ନେଇ ଜାତିସଂଘର ଚିନ୍ତା

mahabharatanews